ହାଇକୋର୍ଟରେ କରୋନା କଟକଣା

(ରିପୋର୍ଟସ ଟୁଡ଼େ)ଭୁବନେଶ୍ୱର: କରୋନା କବଳରେ ସାରା ବିଶ୍ୱ । କରୋନା ଭାଇରସ କବଳରୁ ରକ୍ଷା କରିବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ଆଡ଼ଭାଇଜରୀ ଜାରି କରିଛନ୍ତି। ତେବେ ସୁପ୍ରିମକୋର୍ଟରେ କରୋନା ପାଇଁ କଟକଣା ଜାରି କରାଯାଇଥିବା ବେଳେ ଓଡ଼ିଶା ହାଇକୋର୍ଟଙ୍କ ପକ୍ଷରୁ ମଧ୍ୟ କରୋନା କଟକଣା ଜାରି ହୋଇଛି। କୋର୍ଟ ପରିସରରେ କରୋନା ସଂକ୍ରମଣ ଆଶଙ୍କା ନେଇ ଗାଇଡଲାଇନ ଜାରି ହୋଇଛି।
ଏହା ଅନୁସାରେ କୋର୍ଟରୁମ୍ ପରିସରରେ ଭିଡ଼କୁ ଏଡାଇବା ପାଇଁ ଭିତରକୁ କେବଳ ବାଦି ଓ ପ୍ରତିବାଦିଙ୍କ ଓକିଲ ଯାଇପାରିବେ। ଏକ ସମୟରେ ୧୦ଟି ମାମଲାର ଆଇନଜୀବୀ ଓ ତାଙ୍କ ପକ୍ଷ ଉପସ୍ଥିତ ରହିପାରିବେ। ଏଥିସହ କୋର୍ଟରୁମ ବାହାରେ ଅଯଥା ଭିଡ଼କୁ ଏଡାଇବା ପାଇଁ ପରାମର୍ଶ ଦିଆଯାଇଛି। ଗତକାଲି କରୋନା ସଂକ୍ରମଣ ନେଇ ସୁପ୍ରିମକୋର୍ଟଙ୍କ ପକ୍ଷରୁ କଟକଣା ଜାରି କରାଯାଇଥିଲା।