ରୋଜଗାର ଯୋଗାଇ ଦେବାରେ ସରକାର ବିଫଳ

( ହରିଶ୍ ଦାଶ) : ପାଲଲହଡ଼ାର ବେକାର ଯୁବକ ଓ ଯୁକତୀଙ୍କୁ ରୋଜଗାର ଦେବାରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସଂପୂର୍ଣ୍ଣ ଅକ୍ଷମ ବୋଲି ଅଭିଯୋଗ ହୋଇଛି । କଂଗ୍ରେସ ସରକାର ଏଥିରେ ସୁଧାର ଆଣିପାରିବ ବୋଲି ଦାବି ହୋଇଛି । ଏନେଇ ଆଜି ସ୍ଥାନୀୟ ଛାତ୍ର କଂଗ୍ରେସ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ମାଲ୍ୟଗିରି ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ବୈଠକ ଅନୁଷ୍ଠିତ ହୋଇଛି । ସ୍ଥାନୀୟ ନିର୍ବାଚନ ମଣ୍ଡଳି ପାଇଁ କଂଗ୍ରେସ ପକ୍ଷରୁ ବିଧାୟକ ଟିକେଟ ପାଇଁ ଅନେକ ହେଭିୱେଟ ନେତାଙ୍କ ନାମ ଆସୁଥିବା ବେଳେ ଯୁବନେତା ସୁବ୍ରତ ଗଡ଼ନାୟକ ଟିକଟ ପାଇବା ପାଇଁ ଆଶାବାଦୀ ଥିବା ପ୍ରକାଶ କରିଛନ୍ତି । ଢେଙ୍କାନାଳ ନିର୍ବାଚନ ମଣ୍ଡଳିର ଯୁବ କଂଗ୍ରେସ ସଭାପତି ଶ୍ରୀ ସୁବ୍ରତ ଗଡ଼ନାୟକଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ଏହି ବୈଠକରେ ସ୍ଥାନୀୟ ଅଞ୍ଚଳର ବରିଷ୍ଠ କର୍ମକର୍ତା ଚିତରଂଜନ ପ୍ରଧାନ, ରଘୁନନ୍ଦନ ଆଚାର୍ଯ୍ୟ ସମୁନ କୁମାର ସମେତ ଅନ୍ୟାନ୍ୟ କର୍ମୀ ଉପସ୍ଥିତ ଥିଲେ । ପାଳଲହଡା ଛାତ୍ର କଂଗ୍ରେସ ପଯରୁ ଆଜି ପାଳଲହଡା ଏନଏଚ୍୍ ବଂଗଳା ଠାରେ ପାଳଲହଡା ମାଲ୍ୟଗିରି ମହାବିଦ୍ୟାଳୟର ଛାତଛାତ୍ରୀଙ୍କୁୁ
ନେଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି, ଢେକାଂନାଳ ନିର୍ବାଚନ ମଣ୍ଡଳିର ଯୁବ କଂଗ୍ରେସ ସଭାପତି ଶ୍ରୀ ସୁବ୍ରତ ଗଡନାୟକ ଙ୍କ ଅଧଖ୍ୟତାରେ ପାଳଲହଡାର ବରିଷ୍ଠ କର୍ମକର୍ତା ଚିତରଂଜନ ପ୍ରଧାନ, ରଘୁନନ୍ଦନ ଆଚାର୍ୟ୍ୟ, ସୁମନ କୁମାର ନାଏକ ସମେତ ଅନ୍ୟାନ୍ୟ କର୍ମୀ ମାନେ ମଧ୍ୟ ଉପସ୍ଥିତ ଥିଲେ ।