ବଢିବାରେ ଲାଗିଛି ହାତୀ ଆତଙ୍କ

(ମମତା ସାମଲ): ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ହାତୀ ଆତଙ୍କ । ରାଜ୍ୟର ବିଭିନ୍ନ ସ୍ଥାନରେ ଗାଁ ମୁହାଁ ହେଉଛନ୍ତି ହାତୀଦଳ । ଏହାଦ୍ୱାରା ଲୋକେ ଆତଙ୍କିତ । କେଉଁଠି ହାତୀ ପଲ ଘର ଭାଙ୍ଗୁଛନ୍ତି ତ କେଉଁଠି ଫସଲ ନଷ୍ଟ କରୁଛନ୍ତି । ଅନୁଗୁଳ ସ୍ଥିତ ତାଳଚେର ରେଞ୍ଜ୍ ବେଲପଡ଼ା ଗାଁ’ରେ ହାତୀ ଆତଙ୍କ ମାତିଛି। ନଦୀ ଡେଇଁ ୧୬ଟି ହାତୀ ଗାଁ’କୁ ପଶିଛନ୍ତି। ହାତୀପଲଙ୍କୁ ଘଉଡ଼ାଇବା ପାଇଁ ବନ ବିଭାଗର ଉଦ୍ୟମ ଜାରି ରହିଛି। ସେହିପରି କେନ୍ଦୁଝର ସ୍ଥିତ ଚମ୍ପୁଆ ରେଞ୍ଜ୍ ସୋଲଗଡ଼ରେ ମଧ୍ୟ ହାତୀ ଆତଙ୍କ ମାତିଛି। ଗାଁ’ରେ ୨୨ଟି ହାତୀ ପଶି ଏକାଧିକ ଘର ଭାଙ୍ଗିଛନ୍ତି। ନେଙ୍କଡ଼ାଘର, ଜାମୁନାଳିଆ ଗାଁ’ରେ ୧୩ଟି ହାତୀ ପଶି ବହୁ ଫସଲ ନଷ୍ଟ କରିଛନ୍ତି।