ବନ୍ଦରି ନଗରୀରେ ବେଶ ଧୁମଧାମରେ ବିଶ୍ୱକର୍ମା ପୂଜା ପାଳନ

( ପ୍ରଶାନ୍ତ ସ୍ୱାଇଁ) : ବନ୍ଦର ନଗରୀ ପାରାଦିପରେ ବିଶ୍ୱକର୍ମା ପୁଜା ବଡ ଧୁମଧାମରେ ଚାଲିଛି । ପ୍ରଥମ ଦିନରେ ପୁଜା ମଣ୍ଡପ ଗୁଡିକ ସମେତ ରାସ୍ତା ଘାଟରେ ବେଶ୍ ଜନସମାଗମ ଦେଖିବାକୁ ମିଳିଥିଲା । ପାଗ ଅନୁକୁଳ ଥିବାରୁ ପାରାଦିପ ଓ ଏହାର ଆଖପାଖ ଅଚଂଳରୁ ଲକ୍ଷ୍ୟାଧିକ ଲୋକେ ଏହି ପୁଜା ଉତ୍ସବକୁ ବେସ୍ ଉପଭୋଗ କରିଥିଲେ । ସଂଧ୍ୟା ସମୟରେ ବିଭିନ୍ନ ପୁଜା ମଣ୍ଡପର ଆଲୋକ ସଜାରେ ସାରା ସହର ଝଲସି ଉଠୁଛି । ବନ୍ଦରର ବିଭିନ୍ନ ବିଭାଗ , ଟ୍ରକ ଓନର୍ସ ଆସୋସିଏସନ , ଶ୍ରମିକ ସଂଘ , ଟ୍ରଲର ମାଲିକ ସଂଘ ପ୍ରଭୃତି ଏହି ପୁଜା ମଣ୍ଡପରେ ସାମିଲ ହୋଇଛନ୍ତି । ବଡପଡିଆ ଛକ ଠାରୁ କଲ୍ୟାଣ ମଣ୍ଡପ ପର୍ଯ୍ୟନ୍ତ ଦୁଇ ପାଶ୍ୱର୍ରେ ଏହି ମେଢ ଗୁଡିକ ବେଶ୍ ଶୋଭା ପାଉଛି । । ବିଶେଷ କରି ସୁରକ୍ଷା ବ୍ୟବସ୍ଥାକୁ ନେଇ ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।