ବୌଦ୍ଧ ଜିଲ୍ଲା ଗସ୍ତରେ ଫାଇଭ ଟି ସଚିବ ଭି.କେ ପାଣ୍ଡିଆନ :ପୁଣି ୫-ଟି ସଚିବଙ୍କୁ ବିରୋଧ

ବୌଦ୍ଧ: ପୁଣି ୫-ଟି ସଚିବ ଭିକେ ପାଣ୍ଡିଆନଙ୍କୁ ବିରୋଧ । ସୁବର୍ଣ୍ଣପୁରରେ ଗାଡିକୁ ଅଣ୍ଡାମାଡ ହୋଇଥିଲା । ଏବେ ପୁଣି ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ଆମ ଗାଁରେ ଫାଇଭ-ଟି ସଚିବଙ୍କ କାର୍ଯ୍ୟକ୍ରମକୁ ବିଜେପି ବିରୋଧ କରିଛି । ଆଜି ଆମ୍ବଗାଁ ପଡିଆରେ ଫାଇଭ-ଟି ସଚିବଙ୍କ ସଭା ଅଛି । ଏଥିସହ ପାଣ୍ଡିଆନ ସେଠାରେ ଥିବା ଫାଇଭ-ଟି ସ୍କୁଲ ପରିଦର୍ଶନ କରିବାର କାର୍ୟ୍ୟକ୍ରମ ରହିଛି । ସଭା ସ୍ଥଳକୁ ଯିବା ପାଇଁ ଥିବା ମୁଖ୍ୟ ଫାଟକ ସମ୍ମୁଖରେ ବିଜେପିର ନେତା ଓ କର୍ମୀ କଳା ପତାକା ପଦର୍ଶନ କରିଛନ୍ତି । ବିଜେପି କର୍ମୀମାନେ ‘ପାଣ୍ଡିଆନ ଗୋ ବ୍ୟାକ’ ନାରା ଦେବା ସଭାସ୍ଥଳକୁ ଧସେଇ ପଶିବାକୁ ଉଦ୍ୟମ କରିଛନ୍ତି । ଯେଉଁଥିପାଇଁ ପୁଲିସ ଏବଂ ବିଜେପି କର୍ମୀ ମୁହାଁମୁହିଁ ହୋଇଛନ୍ତି।