୨୪ କ୍ୟାରେଟ୍‌ ସୁନା ଦରରେ ୧୧୦ ଟଙ୍କା ହ୍ରାସ ହୋଇଛି

କମିଛି ସୁନା ଏବଂ ରୁପା ଦର । ୨୪ କ୍ୟାରେଟ୍‌ ୧୦ ଗ୍ରାମ୍‌ ସୁନା ଦାମ୍‌ ୧,୦୮,୩୮୦ ଟଙ୍କା ରହିଛି । ଗତକାଲି ୧,୦୮,୪୯୦ ଟଙ୍କା ରହିଥିବା ବେଳେ ଏଥିରେ ଆଜି ୧୧୦ ଟଙ୍କା ହ୍ରାସ ହୋଇଛି । ଚଳିତ ବର୍ଷ ଆରମ୍ଭରୁ ବର୍ତ୍ତମାନ ସୁଦ୍ଧା ୩୦ ହଜାର ଟଙ୍କା ମହଙ୍ଗା ହେଲାଣି ସୁନା ଦର । ସେହିପରି ରୁପା ୩୭ ହଜାର ଟଙ୍କା ବଢିସାରିଲାଣି । ୨୦୨୪ ଡିସେମ୍ବର ସୁଦ୍ଧା ସୁନା ଦାମ ୭୬ ହଜାର ୧୬୧ ଟଙ୍କା ଓ ରୁପା ୮୬ ହଜାର ୧୭ ଟଙ୍କା ଥିଲା । କିନ୍ତୁ ବର୍ତ୍ତମାନ ୨୨ କ୍ୟାରେଟ ସୁନା ୯୮ ହଜାର ପାର୍ କରି ଲକ୍ଷେ ମୁହାଁ ହୋଇଛି । ଯଦି ଏହି ବୃଦ୍ଧି ଜାରି ରହେ, ତେବେ ଚଳିତ ବର୍ଷ ଶେଷ ସୁଦ୍ଧା ସୁନା ଦାମ ୧୦ ଗ୍ରାମ ପିଛା ପାଖାପାଖି ଦେଢ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବଢିବାର ସମ୍ଭାବନା ରହିଛି ।

Gold Rate Today For 22 & 24 Carat (23-10-2024): Check Latest Gold Prices In  Your City | HerZindagi

ଖାଲି ଭୁବନେଶ୍ୱର ନୁହେଁ, ସାରା ବିଶ୍ୱରେ ମହଙ୍ଗା ହେଉଛି ସୁନା । ଦିଲ୍ଲୀରେ ୨୪ କ୍ୟାରେଟ ସୁନା ମୂଲ୍ୟ ୧ ଲକ୍ଷ ୬ ହଜାର ୪୪୬ ଟଙ୍କାଥିବା ବେଳେ ରୁପା ଲକ୍ଷେ ୨୩ ହଜାର ୫୨୧ ଟଙ୍କାରେ ବିକ୍ରି ହେଉଛି । ସେହିପରି ଅନ୍ତର୍ଜାତୀୟ ବଜାରରେ ସୁନା ଆଉନ୍ସ ପିଛା ୩୬୪୦. ୧୦ ଡଲାରରେ ପହଞ୍ଚିଛି ।

Gold Rate In India Under Pressure: 24K/100 Grams Gold Crashed Rs 36,600 In  10 Days: Know 24K, 22K, 18K Gold Prices; Outlook On May 21 - Goodreturns