ସୂର୍ଯ୍ୟ କିରଣ କରୋନା ସଂକ୍ରମଣ କ୍ଷେତ୍ରରେ ଅତ୍ୟନ୍ତ ପ୍ରଭାବୀ

ସୂର୍ଯ୍ୟର କଅଁଳ କିରଣ କରୋନା ସଂକ୍ରମଣ କ୍ଷେତ୍ରରେ ମଧ୍ୟ ଅତ୍ୟନ୍ତ ପ୍ରଭାବୀ ।

(ଦିଲ୍ଲୀ) : ସୂର୍ଯ୍ୟର କଅଁଳ କିରଣ କରୋନା ସଂକ୍ରମଣ କ୍ଷେତ୍ରରେ ମଧ୍ୟ ଅତ୍ୟନ୍ତ ପ୍ରଭାବୀ । ଏଥିରୁ ମିଳୁଥିବା ଭିଟାମିନ୍‌ ଡି ବେଶ୍‌ ଦରକାରୀ ବୋଲି ଏକ ରିପୋର୍ଟରୁ ଜଣାପଡ଼ିଛି । ଏମିତି କି ପ୍ରତିରୋଧୀ କ୍ଷମତାକୁ ସୁଦୃଢ଼ ଓ ପ୍ରଭାବୀ ରଖିବାରେ ଏହା ସହାୟକ ହୋଇଥାଏ । ତେଣୁ ସ୍ୱାଭାବିକ ଭାବେ ଶରୀରରେ ଏହା ଅଭାବ ହେଲେ କରୋନା ସଂକ୍ରମଣରେ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବା ଆଶଙ୍କା ଅଧିକ ।

ରିପୋର୍ଟ ମୁତାବକ, ଯେଉଁମାନଙ୍କଠାରେ ଭିଟାମିନ୍‌ ଡି ଅଭାବ ରହିଛି, ସେମାନେ କରୋନାରେ ଗୁରୁତର ହେବା ଆଶଙ୍କା ୧୪ ଗୁଣ ଅଧିକ । ଭିଟାମିନ୍‌ ଡି ଅଭାବ ଥିଲେ କୋଭିଡ ଟିକାର ପ୍ରଭାବ ହ୍ରାସ ପାଇବ ଏବଂ ଗୁରୁତର କୋଭିଡ-୧୯ ସଂକ୍ରମଣ ଆଶଙ୍କା ବଢ଼ିଯିବ । ପର୍‌ଡ୍ୟୁ ୟୁନିଭର୍ସିଟି ଦ୍ୱାରା ହୋଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ ପ୍ରତିରୋଧକ କୋଷିକା ଦ୍ୱାରା ସୃଷ୍ଟି ହେଉଥିବା ପ୍ରଦାହକୁ ଭିଟାମିନ୍‌ ଡି କମାଇଥାଏ ।