ସୋସିଆଲ ମିଡିଆ ପ୍ଲାଟଫର୍ମ ‘ରେଡିଟ୍’ରେ ପ୍ରେମିକ ଜଣକ ନିଜ ଅନୁଭୂତି ଶେୟାର କରଛନ୍ତି । ସେ ପ୍ରକାଶ କରିଛନ୍ତି ଯେ, କିଛି ଦିନ ପୂର୍ବରୁ ଜଣେ ଯୁବତୀଙ୍କ ସହ ସେ କଥା ହେଉଥିଲେ । ତେବେ ଏହାରି ଭିତରେ ଦୁହେଁ ଦୁହିଁଙ୍କୁ ଦେଖା କରିବାକୁ ନିଷ୍ପତ୍ତି ନେଲେ । ପ୍ରଥମ ଡେଟ୍ ସମସ୍ତ ଙ୍କ ପାଇଁ ଖାସ୍, ମନରେ ସାଥି ସହ ମିଶିବାର ମିଠା ଡର ଓ ଉତ୍ସାହ । ହେଲେ ଏହି ଅନୁଭୂତି ଦିଲ୍ଲୀର ଜଣେ ୨୩ ବର୍ଷୀୟ ଯୁବକଙ୍କ ପାଇଁ ଖରାପ ଥିଲା । ଡେଟିଂ ଆପ ଜରିଆରେ ହୋଇଥିବା ଏହି ପ୍ରଥମ ଡେଟ୍ ତାଙ୍କ ପାଇଁ ଏକ ଅଭୁଲା ସ୍ମୃତି ପାଲଟିଗଲା । ତାହାବି ପୁଣି ସ୍ମୃତିର ମାନସପଟ୍ଟରେ ରଖିବା ଭଳି କିଛି ମିଠା ସ୍ୱୃତି ନୁହେଁ ।
ତେବେ ଯୁବକ ଜଣକ ଭାବିଥିଲେ କୌଣସି କ୍ୟାଫେରେ ବସି ଏହି ପ୍ରଥମ ଡେଟ୍ ର ସ୍ମୃତି ସାଉଁଟିବେ । କିନ୍ତୁ ଯୁବତୀ ଜଣଙ୍କ ତାଙ୍କୁ ଏକ ପବ୍ କୁ ନେଇ ଯାଇଥିଲେ ।
ପବ୍ ରେ ପହଞ୍ଚିବା ପରେ ଯୁବତୀ ଜଣଙ୍କ ଦାମୀ ଜିନିଷ ଅର୍ଡର କରିବାରେ ଲାଗିପଡିଲେ । ବିଭିନ୍ନ ପ୍ରକାର ଶାମ୍ପେନ ମଗାଇଥିଲେ ତା’ ସହ ହୁକ୍କା ମଧ୍ୟ ଅର୍ଡର କରାଯାଇଥିଲା । ତେବେ ଶାମ୍ପେନର ମୂଲ୍ୟ ପ୍ରାୟ ୧୩୦୦୦ ଟଙ୍କା ହୋଇଥିବାବେଳେ ହୁକ୍କା ର ମୂଲ୍ୟ ୬୦୦୦ ଟଙ୍କା । ସର୍ବମୋଟ ବିଲ୍ ର ମୂଲ୍ୟ ଥିଲା ୨୦,୫୦୦ ଟଙ୍କା ।
ତେବେ ଘଟଣା ଏପରି ହେଲା କି ବିଲ୍ ଆସିବା ବେଳକୁ ଯୁବତୀଜଣକ ୱାଶରୁମକୁ ଚାଲିଗଲେ । ଫେରିବା ପରେ ମଧ୍ୟ ବିଲ୍ ଭାଗ କ’ଣ କରିବେ ତାହା ପଚାରିଲେ ମଧ୍ୟ ନାହିଁ । ତେବେ ଯୁବକ ଜଣକ ପ୍ରକାଶ କରିଛନ୍ତି ଯେ, ଟଙ୍କା ଖର୍ଚ୍ଚ ହେବାର ସେତେଟା ଦୁଃଖ ନାହିଁ, କିନ୍ତୁ ଯେଉଁଭଳି ଭାବେ ତାଙ୍କୁ ବ୍ୟବହାର କରାଗଲା । ସେଥିରେ ତାଙ୍କ ଭରସା ଭାଙ୍ଗି ଦେଇଛି । ଯୁବକଙ୍କ ଏହି ପୋଷ୍ଟ ଭାଇରାଲ ହେବା ପରେ ଅନେକ ଲୋକ ନିଜର ପ୍ରତିକ୍ରିୟା ରଖିଛନ୍ତି । ଅନେକ ବ୍ୟବହାରକାରୀ କହିଛନ୍ତି ଯେ ଏହା ଏକ ସାଧାରଣ ଡେଟ୍ ନୁହେଁ, ବରଂ ଏକ ‘ଡେଟିଂ ସ୍କାମ୍’ । ଦିଲ୍ଲୀ ଭଳି ବଡ଼ ସହରରେ ଏହି ସ୍କାମ୍ ଏବେ ବହୁତ ବଢ଼ିଯାଇଛି । କିଛି ପବ୍ ଏବଂ କ୍ଲବ୍ କମିଶନ ଭିତ୍ତିରେ କିଛି ଯୁବତୀଙ୍କୁ ରଖିଥାନ୍ତି, ଯେଉଁମାନେ ଡେଟିଂ ଆପ୍ ଜରିଆରେ ଯୁବକମାନଙ୍କୁ ଫସାଇ ସେଠାକୁ ନେଇଯାନ୍ତି ଏବଂ ମୋଟା ଅଙ୍କର ବିଲ୍ କରାନ୍ତି । ଏଥିପ୍ରତି ଯୁବପିଢି ମାନେ ସତର୍କ ରହିବା ନିହାତି ଜରୁରୀ ।