ମଦ ଦୋକାନ ବଣ୍ଟନ ପାଇଁ ଲଟେରି ପ୍ରଣାଳୀରେ ଆବେଦନ ଆହ୍ୱାନ

ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ତରଫରୁ ଭୁବନେଶ୍ୱର ଏକ୍ସାଇଜ୍ ଜିଲ୍ଲାରେ IMFL OFF’ ଶପ୍‌ ଏବଂ ଦେଶୀ ମଦ ଦୋକାନ ବଣ୍ଟନ ପାଇଁ ଲଟେରି ପ୍ରଣାଳୀରେ ଆବେଦନ ଆହ୍ୱାନ କରାଯାଇଛି। ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ନିର୍ଦ୍ଧାରିତ ହୋଇଥିବା ବେଳେ ଆଗ୍ରହୀ ଆବେଦକମାନେ ଅନଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ।  ଜିଲ୍ଲା ପ୍ରଶାସନଙ୍କ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ଲଟେରି ପ୍ରକ୍ରିୟା ୨୬ me’ ୨୦୨୬ ରେ ସକାଳ ୭ଟାରୁ ଖୋର୍ଦ୍ଧାର DRDA କନ୍ଫରେନ୍ସ ହଲରେ ଆୟୋଜିତ ହେବ। ଆବେଦନ ଦାଖଲ କରିବାର ଶେଷ ତାରିଖ ୧୮ ମେ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ନିର୍ଦ୍ଧାରିତ ହୋଇଛି।

No new liquor off shop in Odisha

ଏହି ଲଟେରି ମାଧ୍ୟମରେ ଭୁବନେଶ୍ୱର ସହରର ବିଭିନ୍ନ ଅଞ୍ଚଳରେ ପ୍ରାୟ ୫୦ଟି ମଦ ଦୋକାନ ବଣ୍ଟନ କରାଯିବ। ନୟାପଲ୍ଲୀ, ସାହିଦ ନଗର, ଚନ୍ଦ୍ରଶେଖରପୁର, ପାତ୍ରପଡ଼ା, ରସୁଲଗଡ଼, ଖଣ୍ଡଗିରି ଓ ଲିଙ୍ଗରାଜ ଅଞ୍ଚଳ ଭଳି ମୁଖ୍ୟ ସ୍ଥାନଗୁଡ଼ିକରେ ଦୋକାନ ରହିବା ନିର୍ଦ୍ଧାରିତ ହୋଇଛି। ପ୍ରତ୍ୟେକ ଦୋକାନ ପାଇଁ ମାସିକ ନ୍ୟୁନତମ ଗ୍ୟାରାଣ୍ଟି ଏକ୍ସାଇଜ୍ ରେଭେନ୍ୟୁ (MGER) ସରକାରଙ୍କ ଦ୍ୱାରା ନିର୍ଣ୍ଣୟ ହେବ। ଆବେଦନ ପାଇଁ IMFL ‘OFF’ ଦୋକାନ ପାଇଁ ୩ ଲକ୍ଷ ଟଙ୍କା ଓ ଦେଶୀ ମଦ ଦୋକାନ ପାଇଁ ୨ ଲକ୍ଷ ଟଙ୍କା ଅଫେରଣୀୟ ଶୁଳ୍କ ନିର୍ଦ୍ଧାରିତ ହୋଇଛି। ଆବେଦକଙ୍କୁ ଆଧାର/ଭୋଟର କାର୍ଡ, ପାନ୍ କାର୍ଡ, ଫଟୋ ଓ ଅନ୍ୟାନ୍ୟ ଆବଶ୍ୟକ ଦଲିଲ ଦାଖଲ କରିବାକୁ ପଡିବ।

In new excise policy, IMFL gets costlier, bigger quota for country liquor  as Punjab eyes Rs 11,020 cr revenue | Chandigarh News - The Indian Express

ଏହା ସହିତ, ୨୧ ବର୍ଷରୁ କମ୍ ବୟସ୍କ ବ୍ୟକ୍ତିଙ୍କୁ ଲାଇସେନ୍ସ ଦିଆଯିବ ନାହିଁ ଓ ଗତ ୫ ବର୍ଷ ମଧ୍ୟରେ ଏକ୍ସାଇଜ୍ ନିୟମ ଉଲ୍ଲଂଘନ କରିଥିବା ବ୍ୟକ୍ତିମାନେ ଅଯୋଗ୍ୟ ହେବେ। ଏହା ସହ ଲାଇସେନ୍ସଧାରୀଙ୍କୁ ନିର୍ଦ୍ଧାରିତ ସ୍ଥାନରେ ୧୫ ଦିନ ମଧ୍ୟରେ ଦୋକାନ ଖୋଲିବାକୁ ପଡିବ। ଲଟେରି ପ୍ରକ୍ରିୟା ପୂର୍ଣ୍ଣ ପାରଦର୍ଶୀ ଭାବେ ଆବେଦକମାନଙ୍କ ଉପସ୍ଥିତିରେ କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ଅନ୍ତିମ ଚୟନ ପରେ ଜିତୁଥିବା ଆବେଦକଙ୍କୁ ଜମା ରାଶି ଓ ଆବଶ୍ୟକ ଦଲିଲ ଦାଖଲ ପରେ ଲାଇସେନ୍ସ ଦିଆଯିବ।

Wine Shop License in Haryana 2026: Complete Guide (L-2, L-14A, Auction  Process, Compliance) | BottleShop Blog