ବେଦବ୍ୟାସ ଗସ୍ତରେ ଯିବେ ୫ଟି ସଚିବ

ଓଡିଶା : ରୂପାନ୍ତର ହେବ ବେଦବ୍ୟାସ । ସାରା ଓଡିଶାରେ ୫ଟି ଯୋଜନାରେ ରୂପାନ୍ତର ହେଉଛି ପର୍ଯ୍ୟଟନ ସ୍ଥଳୀ । ଯାହା ଓଡିଶାକୁ ସରସ, ସୁନ୍ଦର କରିବ । ତେବେ ଏହି ଯୋଜନାରେ ଯୋଡି ହେଇଛି ରାଉରକେଲାର ପ୍ରମୁଖ ତୀର୍ଥସ୍ଥାନ ବେଦବ୍ୟାସ । ଆଜି ବେଦବ୍ୟାସ ଗସ୍ତରେ ଯିବେ ଫାଇଭ-ଟି ସଚିବ ଭି.କେ. ପାଣ୍ଡିଆନ । ରାଉରକେଲା ଗସ୍ତରେ ଯାଇ ବିଭିନ୍ନ ତୀର୍ଥସ୍ଥଳୀକୁ ରୂପାନ୍ତର କରିବା ୫ଟି ସଚିବଙ୍କ ଲକ୍ଷ । ଗତକାଲି ରାତିରେ ରାଉରକେଲା ପାନ୍ଥନିବାସ ଗସ୍ତକରି ଏହି ପରିବର୍ତ୍ତନ କାର୍ଯ୍ୟ ଅନୁଧ୍ୟାନ କରିଥିଲେ ସଚିବ ।
ତେବେ, ଏହା ସହ ସହରର ଟ୍ରାଫିକ ଛକରେ ଥିବା ସେନସୋରୀ ପାର୍କ ଗସ୍ତ କରିବା ସହ ଉନ୍ନତିକରଣ କାର୍ୟ୍ୟର ସମୀକ୍ଷା କରିଥିଲେ । ଆଜି ପ୍ରମୁଖ ତୀର୍ଥସ୍ଥାନ ବେଦବ୍ୟାସ ଗସ୍ତ କରି ଏହାର ଉନ୍ନତିକରଣ କାର୍ୟ୍ୟ ଅନୁଧ୍ୟାନ କରିବେ । ଶଙ୍ଖ ନଦୀ, କୋଏଲ ନଦୀ, ଓ ସରସ୍ବତୀ କୁଣ୍ଡର ମିଳନ ସ୍ଥଳରୁ ବ୍ରାହ୍ମଣୀର ଉତ୍ପନ୍ନ ହୋଇଥିବାବେଳେ ଏହା ତ୍ରିବେଣୀ ସଂଗମ ଭାବେ ପରଚିତି ଲାଭ କରିଛି ।