ପଦ୍ମପୁର: ପାଣି ପାଇଁ ଗଲା ଜୀବନ । ସାମାନ୍ୟ ବଚସାରୁ ଗାଁ ଦାଣ୍ଡରେ ଯୁବକଙ୍କ ଟାଙ୍ଗିଆ ଚୋଟରେ ମହିଳାଙ୍କ ମୃତ୍ୟୁ ହୋଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ପଦ୍ମପୁର ଥାନା ଲୋହାରପାଲି ପଞ୍ଚାୟତ ଗମ୍ଭାରିଡ଼ିହି ଗାଁରେ । ଗମ୍ଭାରୀଡ଼ିହି ଗାଁର ଜଣେ ମହିଳା ପାଣି ନେବା ପାଇଁ ଘର ପାଖ ପାଣିକଳକୁ ଯାଇଥିଲେ । ପାଣିକଳ ପାଖରେ ସେହି ଗାଁର ଦେବାଶିଷ ବାରିକ ଗୋଟିଏ ଟାଙ୍ଗିଆ ଧରି ଛିଡ଼ା ହୋଇଥିଲେ । ପରେ ଯୁବକଙ୍କ ସହ କଥା କଟାକଟି ହୋଇଛିଲା ।
ଏତିକିରେ ଦେବାଶିଷ ଉତକ୍ଷିପ୍ତ ହୋଇ ପଡ଼ିଥିଲେ । ଅଭିଯୁକ୍ତ ଦେବାଶିଷ ବାରିକ ଟାଙ୍ଗିଆରେ ମହିଳାଙ୍କୁ ଆକ୍ରମଣ କରିଥିଲେ । ଗାଁ ଦାଣ୍ଡରେ ସମସ୍ତଙ୍କ ଆଖି ସାମ୍ନାରେ ଚୋଟ ପରେ ଚୋଟ ପକାଇ ଚାଲିଥିଲେ । ପଦ୍ମପୁର ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛି ।