(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ରାଜ୍ୟ ସକକାରଙ୍କ ବଡ ନିଷ୍ପତି । ବାହାରୁ ଆସି କ୍ୱାରେଣ୍ଟାଇନରେ ରହୁଥିବା ବ୍ୟକ୍ତିଙ୍କ ହାତରେ ଲାଗିବ ଅଲିଭା କାଳି । ଏହି ଅଲିଭା ଷ୍ଟାମ୍ପରେ ତାରିଖ ରହିବା ନେଇ ସୂଚନା ଦିଆଯାଇଛି ।
ସୂଚନାମୁତବାକ, କ୍ୱାରେଣ୍ଟାଇନରେ ଥିବା ଲୋକଙ୍କ ପାଇଁ ରାଜ୍ୟ ସରକାର ବଡ ପଦକ୍ଷେପ ନେଇଛନ୍ତି । ମହାରାଷ୍ଟ୍ର ଭଳି ଓଡ଼ିଶାରେ ମଧ୍ୟ କ୍ୱାରେଣ୍ଟାଇନରେ ରହୁଥିବା ଲୋକଙ୍କ ହାତରେ ଲାଗିବ ଅଲିଭା କାଳି । ରାଜ୍ୟର ପ୍ରତ୍ୟେକ କ୍ୱାରେଣ୍ଟାଇନରେ ଥିବା ବ୍ୟକ୍ତିଙ୍କ ହାତରେ ତାରିଖ ସହ ଅଲିଭା କାଳିର ଷ୍ଟାମ୍ପ ଲଗାଯିବା ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିବା ଜଣାପଡିଛି । ଏହା ଦ୍ୱାରା କ୍ୱାରେଣ୍ଟାଇନରେ ରହିଥିବା ଲୋକ କୁଆଡେ ବାହାରେ ବୁଲିଲେ ଯେପରି ସେ ସହଜରେ ଚିହ୍ନଟ ହୋଇପାରିବେ ସେ ନେଇ ରାଜ୍ୟ ସରକାର ଏଭଳି ନିଷ୍ପତି ନେଇଥିବା ଜଣାପଡିଛି। ଯାଜପୁର ଓ ବାଲେଶ୍ୱରରେ ଚିହ୍ନଟ ହୋଇଥିବା କରୋନା ରୋଗୀ କ୍ୱାରେଣ୍ଟାଇନରେ ରହି ମଧ୍ୟ ବାହାରେ ବୁଲିଥିବା ନେଇ ଜଣାପଡିବା ପରେ ରାଜ୍ୟସରକାରଙ୍କ ପକ୍ଷରୁ ଏ ନେଇ ନିଷ୍ପତି ଗ୍ରହଣ କରାଯାଇଥିବା ଜଣାପଡିଛି।