କୋରୋନା ଆତଙ୍କ: ବାଣୀବିହାର ହଷ୍ଟେଲ ବନ୍ଦ ପାଇଁ ନିର୍ଦ୍ଦେଶ

(ମମତା ସାମଲ)ରିପୋର୍ଟସଟୁଡେ: ସାରା ବିଶ୍ୱରେ କାୟା ବିସ୍ତାର କରିବାରେ ଲାଗିଛି କରୋନା ଭାଇରସ୍ । ସରକାରୀ ସୂତ୍ର ଅନୁଯାୟୀ ଏହି ଭାଇରସ ୧୫୩ ଟି ଦେଶକୁ ବ୍ୟାପିଛି । ଏହି ଭାଇରସକୁ ଏବେ ଚାରିଆଡେ କୋକୁଆ ଭୟ ଖେଳିଯାଇଛି । ଭାରତରେ କରୋନା ଆକ୍ରାନ୍ତରେ ୧୧୦ଜଣ ଥିବା ବେଳେ ଆଜି ଓଡ଼ିଶାରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସରକାର ଏହି ଭାଇରସରୁ ଲୋକମାନଙ୍କୁ ସଚେତନ କରିବା ପାଇଁ ବିଭିନ୍ନ ସର୍ତକା ଅବଲମ୍ବନ କରୁଛି । ଏନେଇ ରାଜଧାନୀ ଭୁବନେଶ୍ୱର ସ୍ଥିତ ଉତ୍କଳ ବିଶ୍ୱବିଦ୍ୟାଳୟ ହଷ୍ଟେଲ ସବୁ ବନ୍ଦ ପାଇଁ ନିର୍ଦ୍ଦେଶ ହୋଇଛି । ୨୪ଘଣ୍ଟା ଭିତରେ ହଷ୍ଟେଲ ଖାଲି ପାଇଁ ନିର୍ଦ୍ଦେଶ ହୋଇଛି । କରୋନା ଭୂତାଣୁ ନେଇ ଏହିପରି ନିଷ୍ପତ୍ତି ନିଆଯାଇଥିବା ସୂଚନା ରହିଛି । ଗଣମାଧ୍ୟମକୁ ପିଜି କାଉନସିଲ ଅଧ୍ୟକ୍ଷା ଏନେଇ ସୂଚନା ଦେଇଛନ୍ତି । ଯେଉଁ ବିଭାଗର ମିଡ଼୍ ସେମିଷ୍ଟାର ରହିଛି ମାର୍ଚ୍ଚ ୩୧ରେ ଏହା ଉପରେ ନିଷ୍ପତ୍ତି ନିଆଯିବ ।