ଭୁବନେଶ୍ୱର : ପୁଣି ରାଜ୍ୟରେ ଉପର ମୁହାଁ ପାରଦ । ଉପକୂଳ ଓଡିଶା ସହ ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ତାପମାତ୍ରା ବଢିବ । ସେପଟେ ମାର୍ଚ୍ଚ ୪ ଓ ୫ ରେ କିଛି ସ୍ଥାନରେ ବର୍ଷା ଓ ମେଘୁଆ ପାଗ ଯୋଗୁଁ ତାପମାତ୍ରା ସାମାନ୍ୟ ହ୍ରାସ ପାଇପାରେ ବୋଲି ପାଣିପାଗ ବିଜ୍ଞାନୀମାନେ ଆକଳନ କରିଛନ୍ତି। ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ଉପକୂଳ ଓଡ଼ିଶାରେ ଆଜି ଠାରୁ ତାପମାତ୍ରା ବଢି ଆସନ୍ତା ମର୍ଚ୍ଚେ ୩ ତାରିଖରେ ସର୍ବାଧିକ ତାପମାତ୍ରା ୩୮ ଡିଗ୍ରୀ ଅତିକ୍ରମ କରିପାରେ। ପରେ ୪ ଓ ୫ରେ ପାଗ ଆଂଶିକ ମେଘୁଆ ହେତୁ ତାପମାତ୍ରା କମିବ। ଅନ୍ୟପଟେ ରାତିର ତାପମାତ୍ରା କ୍ରମଶଃ ବଢ଼ି ୫ ତାରିଖ ସୁଦ୍ଧା ପ୍ରାୟ ୩ ଡିଗ୍ରୀ ବଢ଼ିବ। ସେହିପରି ଦକ୍ଷିଣ ଆଭ୍ୟନ୍ତରଣରେ ତାପମାତ୍ରା କ୍ରମଶଃ ବଢ଼ିବ। ଉତ୍ତର ଆଭ୍ୟନ୍ତରୀଣରେ ୩ ତାରିଖ ସୁଦ୍ଧା ଦିନର ତାପମାତ୍ରା ପ୍ରାୟ ୩ ଡିଗ୍ରୀ ବଢ଼ିପାରେ ଓ ଆସନ୍ତା ୩ ଦିନ ପର୍ୟ୍ୟନ୍ତ ସାମାନ୍ୟ କୁହୁଡ଼ି ଦେଖାଦେଇ ପାରେ ବୋଲି ପ୍ରଫେସର ପଶୁପାଳକ ପୂର୍ବାନୁମାନ କରିଛନ୍ତି।