ମୁସଲମାନ ସଂପ୍ରଦାୟ ପକ୍ଷରୁ ସର୍ଵ ଧର୍ମ ସମନ୍ବୟ ଉତ୍ସଵ

(ବିରୁପାକ୍ଷ ପ୍ରଧାନ)ଆଠଗଡ଼: କଟକ ଜିଲ୍ଲାର ତିଗିରିଆ ଥାନା ଅନ୍ତର୍ଗତ କରଡାପଲ୍ଲୀ ଗ୍ରାମରେ ଅହମ୍ମଦିଆ ମୁସଲମାନ ସଂପ୍ରଦାୟ ପକ୍ଷରୁ ତୃତୀୟ ଵାର୍ଷିକ ଜଲ୍ ସା କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ବିଶ୍ୱ ଭ୍ରାତୃତ୍ୱ ପାଇଁ ଅହମ୍ମଦିଆ ମୁସଲିମ ଜମାତ ପକ୍ଷରୁ ଆୟୋଜିତ ଏହି ସର୍ଵ ଧର୍ମ ସମନ୍ବୟ ର ଉତ୍ସଵରେ ଓଡିଶା ତଥା ଓଡିଶା ବାହାରୁ ବହୁ ମୁସଲିମ ଵିଶାରଦ ଓ ଧର୍ମ ଗୁରୁ ମାନେ ଯୋଗ ଦେଇଥିଲେ । ଜାତି ଧର୍ମ ଵର୍ଣ୍ଣ ନିର୍ବିଶେଷରେ ବିଶ୍ୱ ଶାନ୍ତି ପାଇଁ ଧର୍ମ ଓ ପରମପିତାଙ୍କ ଆଶିର୍ବାଦ ଉପରେ ମାର୍ମିକ ଉପସ୍ଥାପନା କରିଥିଲେ।