(ଶିଳାସ୍ମିତା ରାୟ) ଭୁବନେଶ୍ୱର: ସୋସିଆଲ ମିଡିଆରେ ନାନା ଫଟୋ ଓ ଭିଡିଓ ଭାଇରାଲ ହେଉଛି । ଏବେ ଏକ ଭିଡିଓ ବେଶ ଭାଇରାଲ ହେଉଛି । ଏଥିରେ ଜଣେ ସାଧାରଣ ପରିବା ବିକାଳୀ, ଯାହାଙ୍କ ପେଟପାଟଣା ପରିବା ବିକ୍ରି ଉପରେ ନିର୍ଭର କରେ, ସେ ଦେଶ ପ୍ରେମରେ ଏପରି ଉଦ୍ବୁଦ୍ଧ ହୋଇଛନ୍ତି କି ଗ୍ରାହକଙ୍କୁ ମାଗଣାରେ ବାଣ୍ଟୁଛନ୍ତି ବିକ୍ରିକରୁଥିବା ଧନିଆ ପତ୍ର ଓ କଞ୍ଚା ଲଙ୍କା ।