ଖରାପ ରାସ୍ତା ପାଇଁ ତହସିଲ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

(ସୋନପୁର/ ଓମପ୍ରକାଶ ମିଶ୍ର): ବୁଠିପଦର ଗ୍ରାମର ରାସ୍ତା ଦୁରାବସ୍ତା ପାଇଁ ତହସିଲ ଘେରିଲେ ଶତାଧିକ ଗ୍ରାମବାସୀ। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜ ପୁର ବ୍ଳକରେ ଥିବା ବୁଠିପଦର ଗ୍ରାମର ଲୋକମାନେ ଆଜି ତହସିଲ କାର୍ୟ୍ୟାଳୟ ଘେରାଓ କରିଥିଲେ। ଦିର୍ଘ ଦିନରୁ ଗ୍ରାମର ରାସ୍ତା କାଦୁଅ ପାଣିରେ ଭର୍ତ୍ତି ହୋଇ ରହିଛି। ସେହି ଗ୍ରାମର ଜଣେ ବ୍ୟକ୍ତି ବେଆଇନ ଭାବେ ଜବର ଦଖଲ ସହ ଡ୍ରେନ ଖୋଲିବାକୁ ଦେଉନଥିବାରୁ ଟିକିଏ ବର୍ଷା ହେଲେ ବର୍ଷା ପାଣି ଜମା ହୋଇ ରହୁଛି। ଏନେଇ ବାରମ୍ବାର ସ୍ଥାନୀୟ ପ୍ରଶାସନ ଓ ପୋଲିସ ପ୍ରଶାସନ କୁ ବାରମ୍ବାର ଜଣାଇ ଥିଲେ ବି ଫଳ କିଛି ହେଉ ନ ଥିବାରୁ ଶେଷରେ ଆଜି ବୁଠିପଦର ଗ୍ରାମର ଶତାଧିକ ପୁରୁଷ ଓ ମହିଳା ତହସିଲ କାର୍ୟ୍ୟାଳୟକୁ ଘେରାଓ କରିଥିଲେ। ଏନେଇ ତହସିଲଦାରଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ତୁରନ୍ତ ଜବର ଦଖଲକାରିଙ୍କୁ ଉଚ୍ଛେଦ କରାନଗଲେ ଆଗକୁ ଆନ୍ଦୋଳନ କରିବାକୁ ଧମକ ଦେଇଛନ୍ତି ଗ୍ରାମବାସୀ।