କାକଟପୁରରେ ମା’ ମଙ୍ଗଳାପୀଠରେ ଚାଲିଛି ଷୋଡଶ ପୂଜା

(ଗୋପ / ଜୟନ୍ତ କୁମାର ସେଠୀ ): ପାର୍ବଣ ପାଇଁ ସାରା ରାଜ୍ୟ ଉତ୍ସବମୁଖର । ପୁରୀ ଜିଲ୍ଲା କାକଟପୁର ମା ମଙ୍ଗଳାଙ୍କ ପୀଠରେ ଚାଲିଛି ଷୋଡଶ ଉପଚାର ପୂଜା। ମୂଳାଷ୍ଟମୀ ଠାରୁ ଅ।ରମ୍ଭ ହୋଇ ମହାଷ୍ଟମୀ ପର୍ୟ୍ୟନ୍ତ ମାଙ୍କ ପାଖରେ ସ୍ଵତ୍ରତଂ ରିତିନିତିନୁସାରେ ଚାଲିଛି ପୂଜାର୍ଚ୍ଚନା। ବର୍ଷ ତମାମ ଏଠାରେ ମା ପଂଚ ଉପଚାରରେ ପୂଜା ପାଉଥିବା ବେଳେ ପାର୍ବଣ ସମୟରେ ୧୬ ଦିନ ଯାକ ଷୋଡଶ ଉପଚାରରେ ପୂଜା ପାଇଥାନ୍ତି ମା । ଏଥିପାଇଁ ସଙ୍କଳ୍ପିତ ପୂଜାପଣ୍ଡା ଅତି ନିଷ୍ଠାର ସହିତ ମାଙ୍କୁ ପୂଜାର୍ଚ୍ଚନା କରିଥାନ୍ତି । ଏହି ସମୟରେ ମା ଙ୍କ ପାଖରେ ୧୬ ପ୍ରକାର ଭୋଗ ଲାଗି କର।ଯାଇଥାଏ । ଏହି ସମୟରେ ମା ଲାଲିକଲି ବେଶ,କଳାକଳିବେଶ, ସିଂହବାହିନୀ ବେଶ,କାପ୍ତିଖପର,ତୀରକମାଣ, ଦୁର୍ଗା ବେଶ ରେ ଭକ୍ତ ମାନଙ୍କୁ ଦର୍ଶନ ଦେଇଥାନ୍ତି ମା । ଏଥିପାଇଁ ଦୈନଦିନ ହଜାର ହଜାର ଶ୍ରଦ୍ଧାଳୁ ମାଙ୍କ କରୁଣା ଲାଭ କରିବାକୁ ଅ।ସିଥାନ୍ତି ଏହି ପୀଠକୁ ।
ସେପଟେ ଏହି ସମୟରେ ମାଙ୍କର କରୁଣା ଲାଭ କରିବା ନିମନ୍ତେ ପ୍ରତିଦିନ ଭକ୍ତ ଏଠାକୁ ଅ।ସିଥାନ୍ତି । ମାନସିକ ରଖି ଏଠାରେ ମାଙ୍କ ପାଖରେ ଏହି ସମୟରେ ପୂଜାର୍ଚ୍ଚନା କଲେ ମନ ସ୍କାମନା ପୂରଣ ହୋଇଥାଏ ବୋଲି ଶ୍ରଦ୍ଧାଳୁ କହିଛନ୍ତି ।