ଆଚରଣବିଧି ଉଲ୍ଲଙ୍ଘନ ଅଭିଯୋଗ: ଅର୍ଥମନ୍ତ୍ରୀଙ୍କ ବହିଷ୍କାର ଦାବି

(ସରୋଜ କୁମାର ରାଉତ/ଭୁବନେଶ୍ବର) : ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ବହିଷ୍କାର ଦାବି କରି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଛି ରାଜ୍ୟ ବିଜେପି । ନିର୍ବାଚନ ଆଚରଣବିଧି ଲାଗୁ ହେବା ପରେ ଅର୍ଥମନ୍ତ୍ରୀ କାଳିଆ ଯୋଜନାକୁ ମାର୍ଚ୍ଚ ୩୧ ପର୍ୟ୍ୟନ୍ତ ପରିବର୍ଧିତ କରିଥିବା ଅଭିଯୋଗ ଆଣିଛି ଦଳ। ଏହା ଆଇନର ଉଲ୍ଲଂଘନ ବୋଲି ଅଭିଯୋଗ ଆଣିବା ସହ ଦଳର ରାଜ୍ୟ ଉପସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ଟିମ୍ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାରଙ୍କୁ ଭେଟି ମନ୍ତ୍ରୀଙ୍କ ବହିଷ୍କାର ଦାବି ଲାଗି ପତ୍ର ପ୍ରଦାନ କରିଛନ୍ତି ।