ଭାରତୀ କଳାନିକେତନ ଦ୍ୱାରା ଆୟୋଜିତ ଗଳ୍ପ ପାଠ୍ୟଉତ୍ସବ ଅବସରରେ “ଅମ୍ଳାନ ସୃତି”ବହିର ଲୋକାର୍ପଣ

ଝରୀଗାଁ ବ୍ଲକ ସଭାଗୃହ ଠାରେ ଭାରତୀ କଳା ନିକତନ ସାହିତ୍ୟ ଓ ସାଂସ୍କୃତିକ ମହୋତ୍ସବ ୨୦୨୬ ପାଳନ ହୋଇ ଯାଇଛି।ଏହି ଅବସରରେ ନବରଙ୍ଗପୁର ଜିଲ୍ଲା ର ବିଭିନ୍ନ ଅଂଚଳରୁ ଗାଳ୍ପିକ ଏବଂ ସାହିତ୍ୟିକ ମାନଙ୍କ ଆଗମନ ହୋଇଥିଲା, ଭାରତୀ କଳାନିକେତନ ଦ୍ୱାରା ନବରଙ୍ଗପୁର ଜିଲ୍ଲାରେ ପ୍ରଥମ କରି ଏକ ପ୍ରୟାସ କରାଯାଇଥିଲା ଯାହାକି ବିଭିନ୍ନ ସମୟରେ ବିଭିନ୍ନ ସ୍ଥାନରେ କବିତା ପାଠ୍ୟଉତ୍ସବ କରାଯାଉଥିବା ବେଳେ ନବରଙ୍ଗପୁର ଜିଲ୍ଲାର ଝରୀଗାଁ ସଭାଗୃହ ଠାରେ ପ୍ରଥମ କରି ଗଳ୍ପ ମହୋତ୍ସବ ର ଆୟୋଜନ କରାଇଥିଲା ଯେଉଁଠିକୁ କି ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ସ୍ଥାନରୁ ଗାଳ୍ପିକ ମାନଙ୍କ ସୁଅ ଚୁଟିଥିଲା.

ଏହି ଗଳ୍ପ ମହୋତ୍ସବ ଅବସରରେ ଓଡ଼ିଶାରେ ଜନ୍ମ ଗ୍ରହଣ କରି ଛତିଶଗଡ଼୍ରରେ ରହିଆସୁଥିବା ସ୍ୱର୍ଗତ ଅଜୟ ମୂର୍ତ୍ତିଙ୍କ  ଧର୍ମପତ୍ନୀ ତଥା କବିୟତ୍ରୀ ସଙ୍ଗୀତା ମୂର୍ତ୍ତିଙ୍କ ଲିଖିତ “ଅମ୍ଳାନ ସୃତି” ବହିର ଉନ୍ମଚନ କରାଯାଇଥିଲା । ଛତିଶଗଡ ରେ ବିବାହ ବନ୍ଧନରେ ବାନ୍ଧି ହୋଇ ରହୁଥିବା ତଥା ଓଡିଶା ମାଟିରେ ଜନ୍ମଲାଭ କରି ଓଡ଼ିଆରେ ରୁଚି ରଖୁଥିବା ସଙ୍ଗୀତା ଙ୍କୁ ତାଙ୍କ ମଧ୍ୟରେ ଥିବା ପ୍ରତିଭା କୁ ସବୁବେଳେ ଉତ୍ସାହ ଦେଇଆସୁଥିଲେ ତାଙ୍କ ସ୍ୱାମୀ ଏସ ଅଜୟ ମୂର୍ତ୍ତି, ତାଙ୍କ ସ୍ବପ୍ନ ଥିଲା ଏଭଳି ବହିଟିଏ ଦିନେ ଅନ୍ମୋଚନ କରିବେ ହେଲେ ଅଧାଵାଟରୁ ସଂଗୀତାଙ୍କ ହାତ ଛାଡି ଚାଲିଯାଇଥିଲେ ଅଜୟ କିନ୍ତୁ ସଙ୍ଗୀତା ଭାଙ୍ଗି ପଡ଼ିନଥିଲେ, ନିଜ ସ୍ୱାମୀ ଅଜୟ ଙ୍କ ସ୍ବପ୍ନ ସ୍ମୃତି କୁ ଜୀବିତ ରଖିବାକୁ ଯାଇ ଦୃଢ଼ ସଂକଳ୍ପ ନେଇଥିଲେ,ନିଜ ମନଙ୍କୁ ସୁଦୃଢ କରି ଏକ ଦୃଢ଼ ସଂକଳ୍ପ ନେଇଁ ଆଗକୁ ବଢିଥିଲେ ସଙ୍ଗୀତା ଏବଂ ନିଜ ସ୍ୱାମୀଙ୍କ ସ୍ମୃତି ରେ ଲେଖା ଏହି ବହିଟି ଆଜି ଉନ୍ମୋଚନ କରି ବେଶ ଭାବବିହୋଲ ହୋଇଉଠେଥିଲେ, ତତ ସହିତ ଏହି  ଲେଖା କୁ ପୂର୍ଣ୍ଣ ରୂପ ଦେବା ରେ ଏବଂ ଲୋକାର୍ପଣ କରିବା ରେ ଭାରତୀ କଳା ନିକତନ ର ସଭାପତି ଅଧ୍ୟାପିକା ମଧୁସ୍ମିତା ମହାରଣା ଏବଂଅଧ୍ୟାପକ ଗୋପାଳ ମହାରଣା ଙ୍କୁ କୃତଜ୍ଞତା ଜଣେଇଥିଲେ।

ଏହି ଅନୁଷ୍ଠାନର ସଭାପତି ମଧୁସ୍ମିତା ମହାରଣାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ ଝରିଗାଁ ତହସିଲଦାର ସୁମନ୍ତ କୁମାର ପାତ୍ର,ମୁଖ୍ୟବକ୍ତା ଭାବେ ରାଇଘର କଲେଜ ଅଧ୍ୟକ୍ଷ ପରକ୍ଷିତ ସାହୁ,ଡାକ୍ତର ସୁରେନ୍ଦ୍ର ନାଥ ଦାଶ,ସାହିତ୍ୟିକ ବଲ୍ଲବ ରାଉତ,ଶ୍ରୀନୀବାସ ପଟ୍ଟନାୟକ,ପ୍ରଫୁଲ୍ଲ କୁମାର ରାଉତ, ବିରେନ୍ଦ୍ର ପାଢ଼ୀ,ସଂଗୀତା ମୂର୍ତ୍ତି,ସହଦେଵ ପରିଡା, ରାମ ପ୍ରସାଦ ପାତ୍ର, ତିରୁପତି ବାଲାଜୀ ସାହୁ, ସ୍ବାଗତିକା ସାହୁ, ସ୍ଵର୍ଣଳତା ପଟ୍ଟନାୟକ, ସାଗର କୁମାର ପରିଡା,ପ୍ରଫୁଲ୍ଲ ମହାପାତ୍ର, ଉର୍ମିଳା ମହାପାତ୍ର ସନ୍ତୋଷ କୁମାର ଖମାରୀ,ପ୍ରଭାସିନୀ ମହାନ୍ତି,ସ୍ୱପ୍ନା ମହାନ୍ତି,ବାସନ୍ତୀ ଲତା ଜେନା,ଜାହ୍ନବୀ ପଣ୍ଡା,ସବିତା ତୁରୁ ପ୍ରମୁଖ ଉପସ୍ଥିତ ରହି “ଅମ୍ଳାନ ସୃତି” ବହିର ଉନ୍ମଚନ କରିଥିଲେ।ପରେ ଜିଲ୍ଲାର ବିଭିନ୍ନ ବ୍ଳକର ବିଶିଷ୍ଟ ଗାଳ୍ପିକ ମାନଙ୍କ ଗଳ୍ପ ପଠନ କାର୍ଯ୍ୟକ୍ରମ ହୋଇଥିଲା।ଶେଷରେ ବିଭିନ୍ନ ଅନୁଷ୍ଠାନର କଳାକାର ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।କାର୍ଯ୍ୟକ୍ରମକୁ ଭାରତୀ କଳା ନିକତନ ଅନୁଷ୍ଠାନର ସମ୍ପାଦକ ଗୋପାଳ ମହାରଣା ସଂଯୋଜନା କରିଥିବା ବେଳେ ସହଦେଵ ପରିଡା ଧନ୍ୟବାଦ ଅର୍ପଣ କରିଥିଲେ।କାର୍ଯ୍ୟକ୍ରମରେ ଭାର୍ଗଭୀ ପଟ୍ଟନାୟକ,ଏମ ମଧୁଛନ୍ଧା,ସୁନୈନା ପ୍ରିୟ ଦର୍ଶନୀ କବିତା ପାଠ କରିଥିଲେ।

ଏଠାରେ ପ୍ରକାଶ ଯେ ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ସଦର ମହକୁମାରେ ଜନ୍ମ ଗ୍ରହଣ କରିଥିବା ସଙ୍ଗୀତା ମୂର୍ତ୍ତି ବିଧିର ବିଧାନ ଅନୁଯାଇ ପଡୋଶୀ ରାଜ୍ୟ ଛତିଶଗଡ଼ର ଜଦଲପୁର ଠାରେ ବିବାହ କରିଥିଲେ।କିନ୍ତୁ ଓଡ଼ିଆ ଭାଷା ପ୍ରୀତିକୁ ଛାଡି ପାରିଲେ ନାହିଁ।ବିଭିନ୍ନ ଗଳ୍ପ ଓ କବିତା ଲେଖିବା ସହ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ ହୋଇଛନ୍ତି।ଗତବର୍ଷ ସ୍ୱାମୀ ଅଜୟ ମୂର୍ତ୍ତିଙ୍କ ଦେହାନ୍ତ ପରେ ତାଙ୍କ ସୃତିରେ “ଅମ୍ଳାନ ସୃତି”ବହି ଲେଖିଥିଲେ।ସ୍ୱର୍ଗତ ଶ୍ରୀ ମୂର୍ତ୍ତିଙ୍କ ଆଶୀର୍ବାଦ ସହ ପରିବାର ଲୋକଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ସଫଳ ହୋଇଥିବା ଶ୍ରୀମତୀ ସଙ୍ଗୀତା ମତ ପ୍ରକାଶ କରିଥିଲେ।