ବିଶ୍ୱ ହକିକପ୍ ଖେଳାଳୀଙ୍କୁ ଉପହାରରେ ଦିଆଯିବ ନବରଙ୍ଗପୁରର ଲାଖପେଡ଼ି

(ରିପୋର୍ଟସ ଟୁଡ଼େ): ଆସନ୍ତା ନଭେମ୍ବର ୨୮ରୁ ଡ଼ିସେମ୍ବର ୧୬ ମଧ୍ୟରେ ଓଡ଼ିଶାରେ ହକି ବିଶ୍ୱ କପ୍ ଆୟୋଜିତ ହେବ । କଳିଙ୍ଗ ଷ୍ଟାଡ଼ିୟମ୍ ପରିସରରେ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ବିଭିନ୍ନ ଦେଶର ଖେଳାଳିମାନେ ଯୋଗଦେବେ । ଖେଳାଳୀଙ୍କୁ ଉପହାର ସ୍ୱରୁପ ଓଡ଼ିଶାର ନବରଙ୍ଗପୁରର ଲାଖ ନିର୍ମିତ ଉପହାର ଦିଆଯିବା ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି । ଏଥିପାଇଁ ୭୦୦ ଲାଖ ଉପହାର ପେଡ଼ି ଆସନ୍ତା ୩୦ ତାରିଖ ସୁଦ୍ଧା ପ୍ରସ୍ତୁତ କାରିବାକୁ ଅର୍ଡ଼ର ସିଆଯାଇଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୩୦୦ ଟି ପେଡ଼ି ପଠା ଯାଇଛି । ପ୍ରତି ପେଡ଼ିର ଓସାର ଓ ଲମ୍ବ ୬ ଇଞ୍ଚ ଲେଖାଏ ରହିଥିବା ବେଳେ ଉଚ୍ଚତା ୩.୬ ଇଞ୍ଚ ରହିଛି । ପ୍ରତି ପେଡ଼ିର ମୂଲ୍ୟ ୩୦୦ ଟଙ୍କା ରଖାଯାଇଛି ।

ଏହି ଅର୍ଡ଼ର ପାଇଁ ଗତ ୧୫ ଦିନ ହେଲା ନବରଙ୍ଗପୁରର ୪ ଟି ପରିବାରର ୧୦ ଜଣ ମହିଳା ଦିନରାତି କାମ କରୁଛନ୍ତି । ଏଥିପାଇଁ ପ୍ରଥମେ ବାଉଁଶ ପେଡ଼ି ଆଦିବାସୀ ସଂପ୍ରଦାୟ ଲୋକଙ୍କଠାରୁ କିଣାଯାଇ୍ଥାଏ । ପରେ ଏହା ଉପରେ ସୂତାର କପଡ଼ାକୁ ଅଠା ସାହାର୍ଯ୍ୟରେ ଲଗାଯାଏ । ଏହା ଉପରେ ଲାଖ କାମ କରାଯାଏ । ପରେ ଏହି ପେଡ଼ି ଉପରେ ସରକାରୀ ଅନୁମୋଦିତ ବିଭିନ୍ନ ରଙ୍ଗ ବ୍ୟବହାର କରି ସୁନ୍ଦର ଡ଼ିଜାଇନ୍ କରିବାରେ ବ୍ୟସ୍ତ ଲାଖ ଶିଳ୍ପୀ । ଲାଖ କାମ ନବରଙ୍ଗପୁର ଶଙ୍ଖାରୀ ସାହି ଲୋକେ ପୁର୍ବ ପୁରୁଷ ଅମଳରୁ କରି ଆସୁଛନ୍ତି । ପଥମ ଥର ପାଇଁ ସରାକରଙ୍କ ପକ୍ଷରୁ ଏହି ଅର୍ଡ଼ର ଦିଆଯାଇଛି । ଯାହା ନବରଙ୍ଗପୁର ପାଇଁ ଗର୍ବର ବିଷୟ ବୋଲି ଆଲୋଚନା ହୋଉଛି । ଏଥିଯୋଗୁଁ ଏଠିକାର ଲାଖ କାର୍ଯ୍ୟ ସାରା ବିଶ୍ୱରେ ପରିଚିତ ହୋଇ ପାରିିବ ବୋଲି କୁହାଯାଊଛି । ଲାଖ କାର୍ଯ୍ୟ କରି ବଞ୍ଚୁଥିବା ଅନେକ ପରିବାର ପକ୍ଷରୁ ଏନେଇ ଖୁସି ପ୍ରକାଶ କରିଛନ୍ତି । ଆନ୍ତର୍ଜର୍ାତୀୟ ସ୍ତରରେ ସେମାନଙ୍କ ସୂକ୍ଷ୍ମ କାରୁକାର୍ଯ୍ୟ ବ୍ୟବହାର ନେଇ ବେଶ ଖୁସି ଅଛନ୍ତି ସ୍ଥାନୀୟ ଲୋକେ ।