ମହୁମାଛି ଆକ୍ରମଣରେ ମହିଳା ମୃତ, ୨ ଗୁରୁତର

ସୁନ୍ଦରଗଡ଼:  ମହୁମାଛି ଆକ୍ରମଣରେ ମହିଳା ମୃତ, ୨ ଗୁରୁତର । କିଞ୍ଜିରକେଲା ଥାନା ତିଲଡେଗା  ନିକଟରେ ମହୁମାଛି ଆକ୍ରମଣ ରେ ଜଣେ ମହିଳାଙ୍କ ଶୋଚନୀୟ ମୃତ୍ୟୁ ହୋଇଛି ଅନ୍ୟ ଦୁଇଜଣ ଗୁରୁତର ଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି । ମୃତା ମହିଳା ହେଲେ ଗାଇଡେରା ଗାଁ ର ଦେବକୀ ରଣା । ମହିଳା ଜଣକ ତାଙ୍କ ସମ୍ପର୍କୀୟ ସହିତ  ବାଇକ ଯୋଗେ ଶିବ ମନ୍ଦିର ଯିବା ସମୟରେ ମହୁମାଛି ଆକ୍ରମଣର ଶିକାର ହୋଇଥିଲେ । ତେବେ ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଥିବା କୁହାଯାଉଛି ।