ଆସନ୍ତା ଅଗଷ୍ଟ ୧୬ତାରିଖରେ ଅବସର ନେବେ ରାଜ୍ୟ ପୁଲିସ ଡିଜି ୱାଇବି ଖୁରାନିଆ…

ରାଜ୍ୟ ପୁଲିସ ଡିଜି  ୱାଇବି ଖୁରାନିଆ ଆସନ୍ତା ଅଗଷ୍ଟ ୧୬ତାରିଖରେ ଅବସର ନେବେ। ତାଙ୍କୁ ଅବସର ନେବା ପାଇଁ ରାଜ୍ୟ ସରକାର ଅନୁମତି ପ୍ରଦାନ କରିଛନ୍ତି ଓ ଏନେଇ ଗୃହ ବିଭାଗ ପକ୍ଷରୁ ଗତକାଲି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। 1990 ବ୍ୟାଚର ଆଇପିଏସ ଅଫିସର ୱାଇ ବି ଖୁରାନିଆ ୨୦୨୬ ମାର୍ଚ୍ଚ ମାସରେ ୬୦ବର୍ଷ ପୂରଣ କରି ସରକାରୀ ଚାକିରିରୁ ଅବସର ନେବାର ଥିଲେ ମଧ୍ୟ ପୁଲିସ ଡିଜି ଭାବେ ୨ବର୍ଷ କାର୍ଯ୍ୟକାଳ ପୂରଣର ପ୍ରାବଧାନ ପାଇଁ ତାଙ୍କୁ ୨୦୨୬ ଅଗଷ୍ଟ ୧୬ତାରିଖ ପର୍ଯ୍ୟନ୍ତ କାର୍ଯ୍ୟ କରିବାର ଅନୁମତି ମିଳିଥିଲା। ତେବେ କିଏ ହେବ ନୂଆ ଡିଜି ତାକୁ ନେଇ ଚର୍ଚ୍ଚା. ନୂଆ ପୁଲିସ ଡିଜି ନିମନ୍ତେ ରାଜ୍ୟ ସରକାର ମେ ୧୪ତାରିଖରୁ ୧୧ଜଣ ବରିଷ୍ଠ ଆଇପିଏସ୍ ଅଫିସରଙ୍କ ନାଁ ନିର୍ଦ୍ଧାରିତ ଫର୍ମାଟରେ ୟୁପିଏସସି କର୍ତ୍ତୃପକ୍ଷଙ୍କ ନିକଟରେ ଦାଖଲ କରିସାରିଛନ୍ତି। ୟୁପିଏସସି କେଉଁ 3 ଟି ନାଁ ସୁପାରିଶ କରୁଛି ତା ଉପରେ ନଜର. ବରିଷ୍ଠତା ଦୃଷ୍ଟିରୁ ସୁଧାଂଶୁ ଷଡ଼ଙ୍ଗୀ, ସୁଶାନ୍ତ ନାଥ ଓ ଆରପି କୋଚେଙ୍କ ନାମ ପରବର୍ତ୍ତୀ ଡିଜିପି  ନିମନ୍ତେ ଅଧିକ ଚର୍ଚ୍ଚାରେ ରହିଛି।