ଶୁକ୍ରବାରଠୁ ଏକ ନମ୍ବର ହାଟରେ ମିଳିବନି ପରିବା : ବନ୍ଧ ଡାକରା ଦେଇଛନ୍ତି କଞ୍ଚା ପରିବା ବ୍ୟବସାୟୀ

ଭୁବନେଶ୍ୱର : ଆସନ୍ତା ଶୁକ୍ରବାରଠୁ ରାଜଧାନୀର ୧ ନମ୍ବର ହାଟରେ ମିଳିବନି କଞ୍ଚା ପରିବା ।ବରିବା ବିକ୍ରି ବନ୍ଧ କରିବ ବ୍ୟବସାୟୀ ସଂଘ । ବନ୍ଦ ଡାକରା ଦେଇଛନ୍ତିି କଞ୍ଚା ପରିବା ବ୍ୟବସାୟୀ ସଂଘ । ବ୍ୟବସାୟୀ ସଂଘ ପାର୍ବଣ ବେଳେ ବନ୍ଦ ଡାକରା ଦେଇଛନ୍ତ । ହାଟରେ ଡାକବାଜ ଯନ୍ତ୍ର ସାହାଯ୍ୟରେ ଲୋକଙ୍କୁ ସଚେତନ କରାଯାଉଛି । ରାସ୍ତାରେ ଜବର ଦଖଲ ଉଚ୍ଛେଦ ଭଳି ୧୧ ଦଫା ଦାବି ନେଇ ସଂଘ ପକ୍ଷରୁ ହାଟ ବନ୍ଦ ଡାକରା ଦିଆଯାଇଛି ।

ପାର୍ବଣ ବେଳେ ଏହି ବନ୍ଦ ଡାକରା ଲୋକଙ୍କୁ ଚିନ୍ତାରେ ପକାଇଛି । ସଂଘ ଅଭିଯୋଗ କରିଛି, ପରିବା ଆସିବା ପାଇଁ ୨ଟି ମୁଖ୍ୟ ବାଟ ରହିଛି । ହେଲେ ପୂଜା ପାଇଁ ତୋରଣ ବନ୍ଧା ହୋଇଥିବାରୁ ଗୋଟିଏ ଗଳିରେ ପରିବା ହାଟକୁ ଗାଡି ଆସିପାରୁନାହିଁ । ଏହା ସହ କିଛି ବେଆଇନ ଦୋକାନ ରାସ୍ତାକୁ ମାଡ଼ି ଦୋକାନ ନିର୍ମାଣ କରିଛନ୍ତି । ସେହିପରି ବସ୍ତି ବାସିନ୍ଦା ବିରୋଧ କରୁଥିବାରୁ ଅନ୍ୟ ଏକ ରାସ୍ତା ପଟେ ପରିବା ଆସିପାରୁନଥିବା ସଂଘ ଅଭିଯୋଗ କରିଛି ।