ଭାରତ : ୠଷ-ୟୁକ୍ରେନ ମଧ୍ୟରେ ଚାଲିଛି ମହା ଯୁଦ୍ଧ । ସେପଟେ ୟୁକ୍ରେନ ଉପରେ ଋଷର ପ୍ରଭାବ ଭାରି ହେବାରେ ଲାଗିଛି । ଏହା ଭିତରେ ହନ୍ତସନ୍ତ ହେଉଛନ୍ତି ଅନେକ ଲୋକ । ସେଠାରେ ଅନେକ ଭାରତୀୟ ଛାତ୍ରଛାତ୍ରୀ ମଧ୍ୟ ଫସି ରହିଛନ୍ତି । ବର୍ତ୍ତମାନ ଭାରତ ସରକାର ସେମାନଙ୍କୁ ଫେରାଇ ଆଣିବାକୁ ପ୍ରୟାସ ଜାରି ରଖିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ଭାରତୀୟ ରଷ୍ଟ୍ରଦୂତ ମଧ୍ୟ ୟୁକ୍ରେନରେ ଫସିରହିଥିବା ଛାତ୍ରଛାତ୍ରୀଙ୍କ ସହ ଯୋଗାଯୋଗରେ ରହିଛନ୍ତି । ସେଠାକୁ ଅନେକ ଭାରତୀୟ ଛାତ୍ରଛାତ୍ରୀ ଡାକ୍ତରୀ ପାଠ ପଢିବାକୁ ଯାଉଥିବାର ସୂଚନା ମିଳିଛି ।ତେବେ ୟୁକ୍ରେନ କୁ କାହିଁକି ଏତେ ଛାତ୍ରଛାତ୍ରୀ ଡାକ୍ତରୀ ପଢିବାକୁ ଯାଇଥାନ୍ତି ଅସନ୍ତୁ ଯାଣିବା ।
୧୮ ହଜାରରୁ ଅଧିକ ଭାରତୀୟ ଛାତ୍ରଛାତ୍ରୀ ୟୁକ୍ରେନରେ ପାଠପଢୁଛନ୍ତି ବୋଲି ରିପୋର୍ଟ ଦେଇଛନ୍ତି ଶିକ୍ଷା ମନ୍ତ୍ରାଳୟ । ଏହାର ମୂଖ୍ୟ କାରଣ ହେଉଛି ଭାରତରେ ଡାକ୍ତର ପଢିବାକୁ ଅଧିକ ପ୍ରତିଦ୍ୱନ୍ଦିତା ରହିଛି କିନ୍ତୁ ୟୁକ୍ରେନରେ ଏତେ ପ୍ରତିଦ୍ୱନ୍ଦିତା ନ ଥାଏ । ଏହାସହ ୟୁକ୍ରେନ ମେଡିକାଲ ଡିଗ୍ରୀର ମାନ୍ୟତା ଭାରତର ଇଣ୍ଡିଆନ ମେଡିକାଲ କାଉନସିଲ ସହ ୱାଲ୍ଡ ହେଲଥ କାଉନସିଲ, ୟୁରୋପ, ୟୁକେ ଭଳି ସ୍ଥାନରେ ଉପଲବ୍ଧ ରହିଛି ।ଏହାର ଅର୍ଥ ୟୁକ୍ରେନରେ ପାଠ ପଢୁଥିବା ବ୍ୟକ୍ତି ବିଶ୍ୱର ସବୁ ସ୍ଥାନରେ ମେଡିକାଲ ପ୍ରାକ୍ଟିସ କରିପାରିବ ।ଏଥି ସହ ଭାରତଠୁ ବହୁତ କମ୍ ଟଙ୍କା ଖର୍ଚ୍ଚ ହୋଇଥାଏ । ଭାରତରେ ନିଟ ପରୀକ୍ଷାରେ ଭଲ ର୍ୟାଙ୍କ ରହିଲେ ମେଡିକାଲ କଲେଜରେ ସିଟ ମିଳିଥାଏ । କିନ୍ତୁ ୟୁକ୍ରେନରେ କେବଳ ନିଟ ପରୀକ୍ଷରେ ଭଲ ର୍ୟାଙ୍କ ନ ଥିଲେ ମଧ୍ୟ ସିଟ ସହଜରେ ମିଳିଜାଇ ଥାଏ ।