ପଶ୍ଚିମବଙ୍ଗ ରାଜ୍ୟପାଳଙ୍କୁ ବୋମାରେ ଉଡ଼ାଇ ଦେବାକୁ ଧମକ। ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷଙ୍କୁ ହତ୍ୟା ଧମକପୂର୍ଣ୍ଣ ଇମେଲ୍ ମିଳିଥିଲା, ଯାହା ପରେ ତାଙ୍କ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ବୋଲି ଲୋକ ଭବନର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ପଶ୍ଚିମବଙ୍ଗ ରାଜ୍ୟପାଳ ସି.ଭି. ଆନନ୍ଦ ବୋଷଙ୍କୁ ମିଳିଛି ହତ୍ୟା ଧମକ। ଅଧିକାରୀ ଜଣକ ଆହୁରି ମଧ୍ୟ କହିଛନ୍ତି ଯେ ଇମେଲରେ ପ୍ରେରକ ରାଜ୍ୟପାଳଙ୍କୁ “ବିସ୍ଫୋରକ” ଦେବାକୁ ଧମକ ଦେଇଥିଲେ। “ଅଭିଯୁକ୍ତ ଇମେଲରେ ତାଙ୍କର ମୋବାଇଲ୍ ନମ୍ବର ମଧ୍ୟ ଉଲ୍ଲେଖ କରିଛନ୍ତି। ଆମେ ଡିଜିପିଙ୍କୁ ଜଣାଇଛୁ ଏବଂ ତାଙ୍କୁ ତୁରନ୍ତ ଗିରଫ କରିବାକୁ କହିଛୁ,” ଅଧିକାରୀ ଜଣକ ପିଟିଆଇକୁ କହିଛନ୍ତି । ଏହି ବିଷୟ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ମଧ୍ୟ ରିପୋର୍ଟ କରାଯାଇଛି। ଏକ ଇମେଲ୍ ଜରିଆରେ ତାଙ୍କୁ ବୋମାରେ ଉଡ଼ାଇ ଦେବାକୁ ଧମକ ଦିଆଯାଇଛି।

ବୋମା ଧମକ ମିଳିବା ପରେ ରାଜ୍ୟପାଳଙ୍କ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି। ସେପଟେ ଘଟଣା ନେଇ କେନ୍ଦ୍ର ଗୃହ ମନ୍ତ୍ରୀଙ୍କୁ ଅବଗତ କରାଯାଇଛି। ରାଜ୍ୟ ପୋଲିସ୍ ଏବଂ CRPF ମିଳିତ ଭାବେ ରାଜ୍ୟପାଳଙ୍କ ସୁରକ୍ଷା ଦାୟିତ୍ୱ ତୁଲାଉଛନ୍ତି। ବୋମା ଆକ୍ରମଣ ଧମକ ପରେ ଗତ ମଧ୍ୟରାତ୍ରିରେ ସୁରକ୍ଷା ବାହିନୀର ଏକ ଜରୁରୀକାଳୀନ ବୈଠକ ମଧ୍ୟ ବସିଥିଲା। ରାଜ୍ୟପାଳଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ରାଜ୍ୟ ପୋଲିସ ଏବଂ ସିଆରପିଏଫ ମିଳିତ ଭାବରେ କାର୍ଯ୍ୟ କରୁଛନ୍ତି ବୋଲି ଅଧିକାରୀ ଜଣକ କହିଛନ୍ତି।ଜେଡ୍-ପ୍ଲସ୍ ସୁରକ୍ଷା ଉପଭୋଗ କରୁଥିବା ବୋଷଙ୍କ ସୁରକ୍ଷା ପାଇଁ ଏବେ ପ୍ରାୟ 60-70 କେନ୍ଦ୍ରୀୟ ପୋଲିସ କର୍ମଚାରୀ ନିୟୋଜିତ ଅଛନ୍ତି।