ଲଙ୍ଗଳା ଫଟୋ ଦେଖି ଲୋଭେଇ ଗଲେ, ପାକିସ୍ତାନକୁ ସବୁ ତଥ୍ୟ ଦେଇ ଦେଲେ ସେନା ଅଧିକାରୀ । ପାକିସ୍ତାନର ହନିଟ୍ରାପରେ ଫସିଛନ୍ତି ଜଣେ ବାୟୁସେନା ଅଧିକାରୀ । ପାକିସ୍ତାନ ଗୁଇନ୍ଦା ସଂସ୍ଥା ବା ଆଇଏସଆଇର ଜଣେ ସଦସ୍ୟ ପଠାଇଥିବା ଲଙ୍ଗଳା ଫଟୋ ଦେଖି ଅଧିକାରୀ ଜଣଙ୍କ ଲୋଭେଇ ଯାଇଛନ୍ତି । ଆଉ ଅଧିକ କିଛି ପାଇବା ଆଶାରେ ଦେଶ ସହ କରିଛନ୍ତି ଗର୍ଦାରୀ । ଦେଶର ଯୁଦ୍ଧ କୌଶଳ ସହ ଜଡ଼ିତ ଅନେକ ସମ୍ବେଦନଶୀଳ ତଥ୍ୟ ସେ ଶତ୍ରୁ ଦେଶ ପାକିସ୍ତାନର ଏଜେଣ୍ଟକୁ ଦେଇ ଦେଇଥିବା ଜଣାପଡ଼ିଛି ।
ଦିଲ୍ଲୀ ପୁଲିସ୍ ଦାଖଲ କରିଥିବା ଚାର୍ଜସିଟ ଅନୁଯାୟୀ, ଦେଶ ସହ ଧୋକା କରିଥିବା ଅଧିକାରୀ ଜଣଙ୍କ ଜଣେ ୱିଙ୍ଗ କମାଣ୍ଡର । ସେ ପାକିସ୍ତାନର ହନି ଟ୍ରାପରେ ଫସି ବାୟୁସେନାର ଗୁପ୍ତ ଯୁଦ୍ଧ ଯୋଜନାର ରହସ୍ୟ ଲିକ କରିଛନ୍ତି । ଯୁଦ୍ଧ ପ୍ଲାନ ସହ, ଡ୍ରୋନ ୟୁନିଟରା କ୍ଷମତା, ମୁତୟନ ହୋଇଥିବା ଯୁଦ୍ଧ ବିମାନ, ସାମରିକ କାର୍ୟ୍ୟକଳାପ ଓ ସମ୍ବେଦନଶୀଳ ପ୍ରତିଷ୍ଠାନର ଠିକଣା ବି ସେ ପାକିସ୍ତାନୀ ଏଜେଣ୍ଟକୁ ଦେଇଛନ୍ତି । ଏପରି ତଥ୍ୟ ଲିକ୍ ଦେଶର ସାମରିକ ପ୍ରସ୍ତୁତି ଓ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିପାରେ ବୋଲି ପୁଲିସ୍ କହିଛି ।