ବାଘୁଣୀ ସହ ସୋଶାଲ ମିଡିଆରେ ଷ୍ଟଣ୍ଟ କରିବା ପଡ଼ିଲା ମହଙ୍ଗା

ବାଘୁଣୀ ସହ ସୋଶାଲ ମିଡିଆରେ ଷ୍ଟଣ୍ଟ କରିବା ପଡ଼ିଲା ମହଙ୍ଗା। ଭିଡିଓ ଶୁଟିଂ ପାଇଁ ଜନ୍ତାରୁ ବାହାରିଥିବା ବାଘୁଣୀ ଜଣେ କିଶୋରଙ୍କୁ ଝୁଣି ମାରି ଦେଇଛି। ସୋଶାଲ ମିଡିଆରେ ସକ୍ରିୟ ଜଣେ ବ୍ୟକ୍ତିଙ୍କ କଥାରେ ବାଘୁଣୀଙ୍କୁ ଜନ୍ତାରୁ ବାହାର କରାଯିବା ପରେ ଏପରି ଘଟଣା ଘଟିଛି। ଏହି ଘଟଣାରେ ପୁଲିସ୍‌ ବାଘୁଣୀକୁ ପାଳିଥିବା ବ୍ୟକ୍ତି ଓ ଜନ୍ତାରୁ ବାହାର କରିବାକୁ କହିଥିବା ସୋଶାଲ ମିଡିଆ ବ୍ୟକ୍ତିଙ୍କୁ ଗିରଫ କରିଛି।

ପାକିସ୍ତାନର ଲାହୋର ଉପକଣ୍ଠ କାହନାରେ ରହିଛି ଗୋଟିଏ ଘରୋଇ ଫାର୍ମ ହାଉସ। ଏହାର ମାଲିକ ଗୋଟିଏ ବାଘୁଣୀକୁ ବେଶ କିଛି ବର୍ଷ ହେବ ଜନ୍ତାରେ ରଖି ଲାଳନ ପାଳନ କରୁଥିଲେ। ଏହି ଖବର ମିଳିବା ପରେ ପାକିସ୍ତାନରେ ପ୍ରଚଳିତ ଟିକଟକ ଷ୍ଟାର ନୌମାନ ହାସନ ସେଠାରେ ପହଞ୍ଚି ଯାଇଥିଲେ। ସେ ବାଘୁଣୀକୁ ଜନ୍ତାରୁ ବାହାର କରି ଫାର୍ମ ହାଉସ ଘାଲିଚାକୁ ଆଣିବାକୁ କହିଥିଲେ। ବାଘୁଣୀ ସହ ସେ ଭିଡିଓ କରି ସୋଶାଲ ମିଡିଆରେ ପୋଷ୍ଟ କରିବାକୁ ଲକ୍ଷ୍ୟ ରଖିଥିଲେ। ଫାର୍ମ ହାଉସ ମାଲିକ ଫୟାଜ ମଧ୍ୟ ଏଥିରେ ରାଜି ହୋଇଯାଇଥିଲେ।

ଶେଷରେ ଦୀର୍ଘ ଦିନ ଧରି ଜନ୍ତାରେ ରହିଥିବା ବାଘୁଣୀକୁ ଫାର୍ମ ହାଉସରେ କାମ କରୁଥିବା ୧୯ ବର୍ଷୀୟ ତାଲହା ବାହାଘରକୁ ଆଣିଥିଲେ। ସେ ବାଘୁଣୀକୁ ଘାଲିଚାକୁ ଆଣିବା କ୍ଷଣି ସେ ହଠାତ ତାଲହାଙ୍କୁ ଆକ୍ରମଣ କରିଥିଲା। ସେ ତାଙ୍କୁ ଝୁଣି ପକାଇଥିଲା। ବେଶ କିଛି ସମୟରେ ପରିଶ୍ରମ ପରେ ବାଘୁଣୀ ମୁହଁରୁ ତାଲହାଙ୍କୁ ଉଦ୍ଧ କରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ବାଘୁଣୀ ଆକ୍ରମଣରେ ଘାଇଲା ତାଲହା ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି।