(ରିପୋର୍ଟସ ଟୁଡେ) ଭିମସାର୍ ନିର୍ଦ୍ଦେଶକ ପ୍ର. ଅଶ୍ବିନୀ ପୂଜାହାରୀଙ୍କୁ ୪୮ ଘଣ୍ଟା ମଧ୍ୟରେ ପଦରୁ ହଟାଇବାକୁ କନିଷ୍ଠ ଡାକ୍ତର ସଂଘ (ଜେଡିଏ) ପକ୍ଷରୁ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଚରମପତ୍ର ପ୍ରଦାନ କରାଯାଇଛି। ଏହି ସମୟ ମଧ୍ୟରେ ନିର୍ଦେଶକଙ୍କୁ ପଦଚ୍ୟୁତ ନକଲେ ସେମାନେ କାର୍ୟ୍ୟ ବନ୍ଦ ଆନ୍ଦୋଳନ କରିବେ ବୋଲି ପତ୍ରରେ ରୋକ୍ଠୋକ୍ ଜଣାଇଛନ୍ତି।
ଭିମ୍ସାର ଅଧ୍ୟକ୍ଷ ତଥା ଡିନ୍ ପ୍ର. ବ୍ରଜମୋହନ ମିଶ୍ରଙ୍କ ଜରିଆରେ ସ୍ବାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଦେଇଥିବା ପତ୍ରରେ କନିଷ୍ଠ ଡାକ୍ତର ସଂଘ ନିର୍ଦ୍ଦେଶକଙ୍କ ବିରୋଧରେ ୧୦ ଦଫା ଅଭିଯୋଗ ଉଲ୍ଲେଖ କରିଛି। ଏହି ଚିଠି ସଂପର୍କରେ ଜେଡିଏ ସଭାପତି ଡା. ଦେବବ୍ରତ ରାୟ କହିଛନ୍ତି ଯେ, ଆମେ ୪୮ ଘଣ୍ଟା ସମୟ ଦେଇଛୁ। ତା’ରି ଭିତରେ କାର୍ୟ୍ୟାନୁଷ୍ଠାନ ନହେଲେ ନିୟମିତ କାର୍ୟ୍ୟ ବନ୍ଦ କରିବୁ।’