ଜମି ମାପ ପାଇଁ ଲାଞ୍ଚ ନେଉଥିବା ବେଳେ ରାଜସ୍ବ ନିରୀକ୍ଷାକଙ୍କୁ ମାଡି ବସିଲା ଭିଜିଲାନ୍ସ

ରାଇରଙ୍ଗପୁର/ସତ୍ୟନାରାୟଣ ପାଲ: ଜମି ମାପ ପାଇଁ ଲାଞ୍ଚ ନେଉଥିବା ବେଳେ ରାଜସ୍ବ ନିରୀକ୍ଷାକଙ୍କୁ ମାଡି ବସିଲା ଭିଜିଲାନ୍ସ। ଲାଞ୍ଚୁଆ ରାଜସ୍ୱ ନିରୀକ୍ଷକ ହେଲେ ବାଦାମପାହାଡ଼ ତହସିଲ ଅନ୍ତର୍ଗତ ଜୟପୁର ସର୍କଲ ର ରାକେଶ ପାତ୍ର।
ସୂଚନ ଅନୁଯାୟୀ ରାଇରଙ୍ଗପୁର ର ବାସିନ୍ଦା ରାମଦାସ ସାହୁ ନାମକ ବ୍ୟକ୍ତି ତାଙ୍କର କିଛି ଜାଗା ର ମାପ ପାଇଁ ଆର ଆଇ କାର୍ୟ୍ୟାଳୟରେ ଆବେଦନ କରିଥିଲେ । ତାଙ୍କର ପାଞ୍ଚ ଟି ଜାଗାର ମାପ ପାଇଁ ରାକେଶ ପାତ୍ର ପାଞ୍ଚ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ରାମଦାସ ସାହୁ ଭିଜିଲାନ୍ସ ବିଭାଗରେ ଅଭିଯୋଗ କରିଥିଲେ। ଯୋଜନା ମୁତାବକ ରବିବାର ସନ୍ଧ୍ୟାରେ ରାଇରଙ୍ଗପୁର ଦୁର୍ଗା ମଣ୍ଡପ ଛକରେ ରାମଦାସ ସାହୁ ରାଜସ୍ୱ ନିରୀକ୍ଷକଙ୍କୁ ପାଞ୍ଚ ହଜାର ଟଙ୍କା ଲାଞ୍ଚ ଦେଉଥିଲା ବେଳେ ପୂର୍ବରୁ ଛକି ବସିଥିବା ଭିଜିଲାନ୍ସ ଅଧିକାରୀ ମାନେ ତାଙ୍କୁ କାବୁ କରିଥିଲେ। ଆଉ ପାଞ୍ଚ ହଜାର ଟଙ୍କା ଜବତ କରିବା ସହିତ ରାକେଶ ପାତ୍ରଙ୍କୁ ଗିରଫ କରିଛି ଭିଜିଲାନ୍ସ ବିଭାଗ।