(ଋିପୋର୍ଟସ ଟୁଡେ) : ଭିଜିଲାନ୍ସ ଜାଲରେ ଅଗ୍ନିଶମ ଅଧିକାରୀ । ନବରଙ୍ଗପୁର ଅଗ୍ନିଶମ ବିଭାଗ ଭାରପ୍ରାପ୍ତ ଷ୍ଟେସନ ଅଫିସର ଦୋଳଗୋବିନ୍ଦ ତ୍ରିପାଠୀଙ୍କୁ ଭିଜିଲାନ୍ସ ଗିରଫ କରିଛି । ଅପେରାର ଅନୁମତି ପାଇଁ ୪ ହଜାର ଟଙ୍କା ଲାଞ୍ଚ ନେବାବେଳେ ସେ ଧରାପଡିଛନ୍ତି । ଝରିଗାଁ ବ୍ଲକ କୋହରାକୋଟ ଗାଁର ମା ଠାକୁରାଣୀ ଯୁବକ ସଂଘ ପକ୍ଷରୁ ଗାଁ ଅପେରା ଯାତ୍ରା ୭ଦିନ ପରିଚାଳନା ପାଇଁ ଅଗ୍ନିଶମ ବିଭାଗ ଅନୁମତି ପାଇଁ ଆବେଦନ କରିଥିଲେ। ଅନୁମତି ପାଇଁ ୪ହଜାର ଟଙ୍କା ଦାବି କରିଥିଲେ ଭାରପ୍ରାପ୍ତ ଷ୍ଟେସନ ଅଫିସର ଦଳଗୋବିନ୍ଦ । ନବରଙ୍ଗପୁର ଅଗ୍ନିଶମ କାର୍ୟ୍ୟାଳୟରେ ଷ୍ଟେସନ ଅଫିସର ଟଙ୍କା ନେଉଥିବାବେଳେ ଭିଜିଲାନ୍ସ ତାଙ୍କୁ ଧରିଥିଲା ।