ନୂଆଦିଲ୍ଲୀ : ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ସିରିଆ ଉପରେ ଆମେରିକାର ଏୟାର ଷ୍ଟ୍ରାଇକ୍ । ଆମେରିକା ସେନା ଇରାନୀ ସମର୍ଥିତ ଆତଙ୍କୀ ସଂଗଠନ ଠିକଣାକୁ ଟାର୍ଗୋଟ କରିଛି । ପେଣ୍ଟାଗନର କହିବା ଅନୁଯାୟୀ, ଶୁକ୍ରବାର ସକାଳୁ ଆମେରିକା ସେନା ପୂର୍ବ ସିରିଆର ଇରାନୀ ରେଭଲ୍ୟୁସନାରୀ ଗାର୍ଡ କାପ୍ର୍ସର ଦୁଇଟି ସ୍ଥାନ ଉପରେ ହମଲା କରିଥିଲା। ଏହି ଆତଙ୍କୀ ସଂଗଠନ ଗତ ସପ୍ତହରୁ ଆମେରିକା ସୈନ୍ୟ ଠିକଣା ଉପରେ ମିସାଇଲ୍ ମାଡ଼ କରିବା ଲକ୍ଷ୍ୟରେ ରହିଥିଲା । ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ ଆମେରିକା ସୈନ୍ୟ ଠିକଣା ଉପରେ ଗତ କିଛି ଦିନ ହେଲା ରକେଟ୍ ଓ ମିସାଇଲ ମାଡ ହୋଇଛି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ନିର୍ଦ୍ଦେଶ ପରେ ତୁରନ୍ତ ଆମେରିକୀୟ ସେନା ଆକ୍ସନ ନେଇଛି । ଇରାନୀ ସମର୍ଥିତ ଆତଙ୍କୀ ସଂଗଠନ ଠିକଣାକୁ ଟାର୍ଗେଟ୍ କରି ଧ୍ବଂସ କରିଛି ।
ଖବର ଅନୁଯାୟୀ, ଇରାକ ଓ ସିରିଆରେ ଥିବା ଆମେରିକାର ବେସ୍ କ୍ୟାମ୍ପ ଉପରେ ୧୨ରୁ ଊର୍ଦ୍ଧ୍ୱ ଆକ୍ରମଣ କରାଯାଇଛି। ଏଥିରେ ୨୧ ଆମେରିକୀୟ ନାଗରିକ ଗୁରୁତର ହୋଇଛନ୍ତି। ତେଣୁ ଏହି ଆକ୍ରମଣ ତାହାର ଜବାବ ବୋଲି ଆମେରିକା କହିଛି।