(ବଲାଙ୍ଗୀରି ) : କଣ୍ଟାବାଞ୍ଜି ସହରର ୧ ନମ୍ବର ରୋଡ଼ରେ ଥିବା ୨ଟି ଦୋକାନରେ ଭୟାବହ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ଗୋଟିଏ ଲୁଗା ଦୋକାନ ଓ ଟେଲର ଦୋକାନ ସମ୍ପୂର୍ଣ୍ଣ ଭାବେ ଜଳି ପୋଡି ପାଉଁଶ ହୋଇଯାଇଛି । ସହରର ରୋୟଲ ଫ୍ୟାସନ ଲୁଗା ଦୋକାନ ଓ ଟେଲର ଦୋକାନରେ ଅଗ୍ନିକାଣ୍ଡ ଘଟିଥିଲା । ସୂଚନା ପାଇ ଦମକଳ ବାହିନୀ ପହଁଚି ନିଆଁକୁ ଆୟତ କରିଥିଲେ ମଧ୍ୟ ଦୁଇଟି ଦୋକାନର ଲକ୍ଷାଧିକ ଟଙ୍କାର ଆସବାବପତ୍ର ଜଳି ଯାଇଥିଲା ।
ସୂଚାନୁଯାୟୀ , ସର୍ଟସର୍କିଟ ଯୋଗୁଁ ପ୍ରଥମେ ଟେଲର ଦୋକାନରେ ନିଆଁ ଲାଗିଥିଲା । ପରେ ଏହା ଧୀରେ ଧୀରେ ଲୁଗା ଦୋକାନକୁ ବ୍ୟାପିଯାଇଥିଲା । ଫଳରେ ଲୁଗା ଦୋକାନର ଲକ୍ଷାଧିକ କପଡା, ଆବାସପତ୍ର ସବୁ ଜଳି ଯାଇଛି।