ଅଜଣା ଗାଡି ଧକ୍କାରେ ଦୁଇ ମୃତ

( ରିପୋର୍ଟସଟୁଡେ): କେନ୍ଦୁଝର ସଦର ଥାନା ବାଙ୍କମାରୁଣୀ ପୋଲ ନିକଟରେ ଘଟିଛି ସଡକ ଦୁର୍ଘଟଣା । ଗୋରୁ ବୋଝେଇ ଗାଡିକୁ ଅଜଣା ଗାଡି ଧକ୍କା ଦେଇଛି । ଫଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ଏହା ସହ ଦୁଇ ଗୋରୁଙ୍କ ମଧ୍ୟ ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ୩ଜଣ ଗୁରୁତର ଆହତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ୫ ଜଣ ବେପାରୀ ଗୋରୁ ବିକିବାକୁ ଛାମୁଣ୍ଡାରୁ ଝୁମ୍ପୁରା ହାଟ ଯାଉଥିବା ସମୟରେ ଦୁର୍ଘଟଣା ଘଟିଥିଲା ।