ଲଘୁଚାପ ଫଳରେ କନ୍ଧମାଳ ଜିଲ୍ଲାରେ ଦୁଇ ଦିନ ହେଲାଣି ଲଗାଣ ବର୍ଷା ଜାରି ରହିଛି । ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ତୁହାକୁ ତୁହା ବର୍ଷା ଜାରି ଫଳରେ ବିଭିନ୍ନ ନଦୀ ନାଳ ଫୁଲିବା ସହିତ ବହୁ ଅଞ୍ଚଳ ଜଳାର୍ଣ୍ଣବ ହେଇଛି । ପ୍ରବଳ ବର୍ଷାକୁ ଦେଖି କନ୍ଧମାଳ ଜିଲ୍ଲାପାଳ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଗୁଡ଼ିକୁ ଆଜି ଏବଂ ଆସନ୍ତା କାଲି ଦୁଇ ଦିନ ପାଇଁ ଛୁଟି ଘୋଷଣା କରିଛନ୍ତି ।
କନ୍ଧମାଳ ଜିଲ୍ଲା ପାଣିପାଗ ବିଭାଗ ଠାରୁ ମିଳିଥିବା ସୂଚନା ଅନୁସାରେ ଗତକାଲି ଠାରୁ ଆଜି ପର୍ଯ୍ୟନ୍ତ ଜିଲ୍ଲାର ପ୍ରାୟ ୪୬୭.୨ ମଲିମିଟର ବର୍ଷା ହୋଇଛି । ସର୍ବାଧିକ ବର୍ଷା ବାଲିଗୁଡ଼ାରେ ୯୦ MM, ଖଜୁରୀପଡାରେ ୭୫.୨ MM ଏବଂ ଫିରିଙ୍ଗିଆରେ ୭୨.୬ ମିଲିମିଟର ବର୍ଷା ରେକର୍ଡ଼ କରାଯାଇଛି । ସମ୍ଭାବ୍ୟ ଅତି ରୁ ଅତି ବର୍ଷା ବିପ୍ଲାତକୁ ମୁକାବିଲା କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପୂର୍ବ ପ୍ରସ୍ତୁତି କରାଯାଇଛି ବୋଲି କନ୍ଧମାଳ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।
