ତୁର୍କୀ ଓ ସିରିଆ ଭୂକମ୍ପ ଘଟଣା : ଭୂକମ୍ପ ପୀଡିତଙ୍କ ପାଇଁ ଭାରତୀୟ ଖୋଲିଦେଲେ ହୋଟେଲ

ଇସ୍ତାନବୁଲ : ଭୂକମ୍ପରେ ଧ୍ୱଂସ ବିଧ୍ୱଂସ ହୋଇଛି ତୁର୍କୀ ଏବଂ ସିରିଆ । ସେଠାକର ପରିସ୍ଥିତି ସୋଚନୀୟ ହୋଇପଡିଛି । ସେହି ଭୟଙ୍କର ଭୂକମ୍ପ ଯୋଗୁଁ ଭୂକମ୍ପ ଯୋଗୁଁ ଏପର୍ୟ୍ୟନ୍ତ ୨୧ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ଏହି ସଙ୍କଟ ସମୟରେ ସମଗ୍ର ବିଶ୍ୱ ତୁର୍କୀ ଏବଂ ସିରିଆ ଆଡକୁ ସାହାଯ୍ୟର ହାତ ବଢ଼ାଇଛନ୍ତି । ଏହାରି ଭିତରେ ଭାରତ ମଧ୍ୟ ସାହାର୍ଯ୍ୟର ହାତ ବଢାଇଛି । ଭାରତ ୬ଟି ବିମାନରେ ରିଲିଫ୍ ସାମଗ୍ରୀ ପଠାଇଛି । ତା ସହିତ ତୁର୍କୀରେ ଅସ୍ଥାୟୀ ହସ୍ପିଟାଲ୍ ନିର୍ମାଣ କରିଛି । ଏବଂ ଅନ୍ୟାନ୍ୟ ଜରୁରୀ ସାମଗ୍ରୀ ସହିତ ‘ଅପରେସନ୍ ଦୋସ୍ତ’ ଅଧୀନରେ ଭାରତର ଏନଡିଆରଏଫ ଦଳ ଉଦ୍ଧାର କାର୍ୟ୍ୟରେ ନିୟୋଜିତ ଅଛନ୍ତି। ଏହା ବ୍ୟତୀତ ସେଠାରେ ରହୁଥିବା ଜଣେ ଭାରତୀୟ ମଧ୍ୟ ସାହାଯ୍ୟ କରିବାକୁ ଆଗେଇ ଆସିଥିବା ଜଣାପଡ଼ିଛି। ମଧ୍ୟପ୍ରଦେଶର ବୁରହାନପୁରର ବାସିନ୍ଦା ଦୀପେନ୍ଦ୍ର, ତୁର୍କୀର କୈପେଡୋକିଆ ସହରରେ ନମସ୍ତେ ଇଣ୍ଡିଆ ନାମକ ଏକ ହୋଟେଲ ଚଳାଉଛନ୍ତି। ତାଙ୍କର ସେଠାରେ ଦୁଇଟି ରେଷ୍ଟୁରାଣ୍ଟ ମଧ୍ୟ ଅଛି । ତୁର୍କୀ ଉପରେ ଏବେ ବିପଦ ମାଡିଆସିଥିବା ବେଳେ ସେ ୨୪ଘଣ୍ଟା ଭୂକମ୍ପ ପୀଡିତମାନଙ୍କୁ ସାହାଯ୍ୟ କରୁଥିବା ଜଣାପଡ଼ିଛି। ଦୀପେନ୍ଦ୍ର ଏବେ ହୋଟେଲ ଓ ରେଷ୍ଟୁରାଣ୍ଟକୁ ଭୂକମ୍ପ ପୀଡିତଙ୍କ ପାଇଁ ପୁରା ଖୋଲି ଦେଇଛନ୍ତି । ଏଠାରେ ପୀଡତମାନେ ମନଇଚ୍ଛା ମାଗଣାରେ ଖାଦ୍ୟ ଖାଇପାରୁଥିବା ଜଣାପଡିଛି ।