(ରିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ) : ୬ଟି ନୂଆ ଲାଇନରେ ବୁଲେଟ ଟ୍ରେନ ଚଳାଇବାକୁ ଯୋଜନା ଆରମ୍ଭ କରିଛି ରେଳ ମନ୍ତ୍ରାଳୟ । ଦିଲ୍ଲୀରୁ ବନାରସ , ଦିଲ୍ଲୀରୁ ଅହମଦାବାଦ , ମୁମ୍ବାଇରୁ ନାଗପୁର, ମୁମ୍ବାଇରୁ ହାଇଦ୍ରାବାଦ, ଚେନ୍ନାଇରୁ ମହୀଶୂର ଦିଲ୍ଲୀରୁ ଅମୃତସର ଏହି ୬ ଟି ଲାଇନରେ ବୁଲେଟ ଟ୍ରେନ ଗଡ଼ିବା ଯୋଜନା କରାଯାଇଛି ।
ଏଥି ପାଇଁ କାମ ଆରମ୍ଭ କରି ଦିଆଯାଇଛି । ଜାପାନ ସରକାରଙ୍କ ସହଯୋଗରେ ପ୍ରଥମ ବୁଲେଟ ଟ୍ରେନ ପ୍ରକଳ୍ପ ମୁମ୍ବାଇରୁ ଅହମଦାବାଦ କରିଡରରେ କାମ ଚାଲିଛି । ଏଥିରେ ଟେକନିକାଲ ଏବଂ ଆର୍ଥିକ ସହଯୋଗ କରୁଛି ଜାପାନ ।
ରେଳମନ୍ତ୍ରୀ ପୀୟୁଷ ଗୋୟଲ ଶୁକ୍ରବାର ଲୋକସଭାରେ କହିଛନ୍ତି, ଖୁବ ଶୀଘ୍ର ଭାରତୀୟ ରେଳବାଇକୁ ବିଦ୍ୟୁତ ଦ୍ୱାରା ପରିଚାଳନା କରାଯିବ । ଏଥି ପାଇଁ ମୋଦୀ ସରକାର କାମ କରୁଛନ୍ତି । ଏଥି ସହ ସେ କହିଛନ୍ତି ଆହୁରି ୪୪ଟି ବନ୍ଦେ ଭାରତ ଏକ୍ସପ୍ରେସ ଚାଲିବ । ରେଳ ମନ୍ତ୍ରୀ ଲୋକସଭାରେ କହିଛନ୍ତି, ସମସ୍ତ ରେଳ ଷ୍ଟେସନରେ ମହିଳା ଏବଂ ପୁରୁଷଙ୍କ ପାଇଁ ଅଲଗା ଭାବେ ଶୌଚାଳୟ ନିର୍ମାଣ କରାଯାଉଛି । ଦିବ୍ୟାଙ୍ଗଙ୍କ ପାଇଁ ମଧ୍ୟ ଅଲଗା ଭାବେ ଶୌଚାଳୟ ନିର୍ମାଣ କରାଯିବ ।