ନିୟମିତ ସାଲାଡ଼ରେ ସାମିଲ କରନ୍ତୁ ଟମାଟୋ

(ଶୁଭସ୍ମିତା ଦାଶ): ନିୟମିତ ସାଲାଡ଼ ଖାଇବା ଶରୀର ପକ୍ଷେ ହିତକର । ଯଦି ଆପଣ ପ୍ରତିଦିନ ସାଲାଡ଼ ଖାଉଛନ୍ତି ତେବେ ସେଥିରେ ଟମାଟୋକୁ ସାମିଲ କରିବାକୁ ଯମାରୁ ଭୁଲନ୍ତୁ ନାହିଁ । ଟମାଟୋ ଖାଇବା ଦ୍ୱାରା କଣ ସବୁ ଫାଇଦା ମିଳିଥାଏ ଆସନ୍ତୁ ଜାଣିବ ।

ଟମାଟୋରେ ଆଣ୍ଟି ଇଂପ୍ଲିମେଣ୍ଟାରି ,ଆଣ୍ଟିଆକ୍ସିଟେଣ୍ଟଭିଟା-କିରୋଟିନ, ଲାଇକୋପିନ୍ ଓ ଭିଟାମିନ୍ ଇ ଆଦି ଥାଏ । ଏହାକୁ ସେବନ କରିବା ଦ୍ୱାରା ଅନେକ ରୋଗ ଦୂର ହୋଇଥାଏ । କେବଳ ସେତିକି ନୁହେଁ ନିୟମିତ ଭାବରେ ଖାଇବା ଦ୍ୱାରା ଓଜନ ମଧ୍ୟ ହ୍ରାସ ହୋଇଥାଏ । ଜୁଆଣି ପତ୍ରକୁ ମଧ୍ୟ ସାଲାଡ଼ ଶୈଳୀରେ ଖାଇ ଓଜନ ହ୍ରାସ କରି ପାରିବେ । ଏହା ପାଚନ ଶକ୍ତିକୁ ବୃଦ୍ଧି କରିବାରେ ସାହାର୍ଯ୍ୟ କରିଥାଏ । ସାଲଡ଼ରେ କାକୁଡ଼ି ଏକ ପ୍ରଧାନ ସାମଗ୍ରୀ ହୋଇଥାଏ । ଏଥିରେ ୯୬ ପ୍ରତିଶତ ଜଳ ଓ ଫାଇବର ଥାଏ । ଏହା ଆମର ପାଚନ କ୍ରିୟାକୁ ମଜଭୁତ କରିଥାଏ । ଏହାକୁ ଖାଇଲେ ଆମ ତ୍ୱଚାବି ପରିଷ୍କାର ହୋଇଥାଏ । ଏହା ଓଜନ କମାଇବାରେ ସହାୟକ ହୋଇଥାଏ ।