(ରିପୋର୍ଟସ ଟୁଡ଼େ): ତିଲଲି ଓ ପରବର୍ତି ବନ୍ୟାରେ ହୋଇଥିବା କ୍ଷୟକ୍ଷତିର ଭରଣା ଏ ପର୍ଯ୍ୟନ୍ତ ହୋଇ ପାରିନାହିଁ । ସରକାର ସମୀକ୍ଷା ପରେ ସମୀକ୍ଷା ଜାରି ରଖିଥିଲେ ମଧ୍ୟ ପ୍ରଭାବିତ ଅଚଂଳବାସୀଙ୍କ ଦୁର୍ଦ୍ଦଶା କମୁ ନାହିଁ ।
ଆଜି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ତିତଲି ରିଲିଫ ଓ ପୁନରୁଦ୍ଧାର ନେଇ ପୁଣି ସମୀକ୍ଷା କରିଛନ୍ତି । ରିଲିଫ ଟଙ୍କା ସିଧାସଳଖ ପ୍ରଭାବିତଙ୍କ ବ୍ୟାଙ୍କ ଖାତାକୁ ଯିବ । ଅଙ୍ଗନବାଡି କର୍ମୀଙ୍କୁ ବ୍ୟାଙ୍କ ତଥ୍ୟ ସଂଗ୍ରହ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଏସ୍ଆର୍ସି ବିଷ୍ଣୁପଦ ସେଠୀ ସୂଚନା ଦେଇଛନ୍ତି ।
ଗଂଜାମ ଓ ଗଜପତି ଅଂଚଳରେ ହୋଇଥିବା କ୍ଷୟକ୍ଷତି ପରେ ରିଲିଫ ବଂଟନ ଓ ପୁନରୁଦ୍ଧାର ନେଇ ଭିଡିଓ କନଫରେନ୍ସି ଜରିଆରେ ଶ୍ରୀ ପାଢି ପ୍ରଭାବିତ ଅଂଚଳର ଜିଲ୍ଲାପାଳମାନଙ୍କ ସହ ଆଲୋଚନା କରିଛନ୍ତି । ଆସନ୍ତା ସପ୍ତାହରେ କେନ୍ଦ୍ରୀୟ ଟିମ ପ୍ରଭାବିତ ଅଂଚଳ ପରିଦର୍ଶନ ପାଇଁ ଆସିବା ନେଇ ସୂଚନା ଦେଇଛନ୍ତି ଏସଆରସି ।