୫ ନକ୍ସଲଙ୍କ ମୃତ୍ୟୁ ଘଟଣାରେ ମିଳିଲା ୩ ପରିଚୟ

(ଆଦର୍ଶ ରାଉତ) ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ପପଲୁର ଅଞ୍ଚଳରେ ପୁଲିସ୍‌ ଗୁଳିରେ ୫ ନକ୍ସଲଙ୍କ ମୃତ୍ୟୁ ଘଟଣାରେ ତିନି ଜଣଙ୍କ ପରିଚୟ ମିଳିଛି। ସେମାନଙ୍କ ମଧ୍ୟରେ ଦୁଇ ଜଣ ମହିଳା ନକ୍ସଲ ଅଛନ୍ତି।
ମୃତକମାନେ ହେଲେ ହେଲେ- କାଲିମେଳା ଦଳମ୍‌ର ଏରିଆ କମିଟି ସଦସ୍ୟ ଉଙ୍ଗା ସୋଢ଼ି ଓରଫ୍ କିର୍ତ୍ତୀ, ମାସେ ମାଢ଼ି ଓ ସୀମା କେଣ୍ଡ୍ରୁକା ଓରଫ୍ ରୁପି ଓରଫ ସୁଶିଳା। ଉଙ୍ଗାର ଘର ମାଲକାନଗିରି କାଲିମେଳା ଥାନା ଅନ୍ତର୍ଗତ ରାଜୁଲକୋଣ୍ଡାରେ। ସେ ଏସିଏମ୍‌ କ୍ୟାଡର୍‌ର ନକ୍ସଲ। ମହିଳା ନକ୍ସଲ ମାସେ ମାଢ଼ି ଓରଫ ସୁନ୍ନିର ଘର ମଧ୍ୟ କାଲିମେଳା ଥାନା ଅନ୍ତର୍ଗତ ରାଜୁଲକୋଣ୍ଡା ଗାଁରେ। ସେହିପରି ଆଉ ଜଣେ ମହିଳା ସଦସ୍ୟ ସୀମା କେଣ୍ଡ୍ରୁକା ଓରଫ୍ ରୁପିର ଘର କୋରାପୁଟ ଜିଲ୍ଲା ନାରାୟଣପାଟଣାର ବାଲିପେଟାରେ।ମୃତ ଅନ୍ୟ ଦୁଇ ନକ୍ସଲଙ୍କ ପରିଚୟ ମିଳିପାରି ନାହିଁ।