ବ୍ୟୁରୋ : ଆଜି ଠାରୁ ତିନି ଦିନିଅ। ୟୁରୋପ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜର୍ମାନର ରାଜଧାନୀ ବର୍ଲିନରେ ପହଞ୍ଚିଛନ୍ତି ସେ । ପ୍ରଥମେ ମୋଦି ଭାରତ ଜର୍ମାନୀ ଆଇଜିସି ବୈଠକରେ ଯୋଗଦେବେ । ତା ସହିତ ଓଲାଫ ସ୍କାଲ୍ମ ଜର୍ମାନର ଚାନ୍ସେଲରଙ୍କ ସହିତ ମଧ୍ୟ ସାକ୍ଷାତ କରିବେ । ଜର୍ମାନରେ ରହୁଥିବା ପ୍ରବାସୀ ଭାରତୀୟଙ୍କୁ ସନ୍ଧ୍ୟାରେ ସମ୍ବୋଧନ କରିବେ ।

ପ୍ରଧାନମନ୍ତ୍ରୀ ଏହି ଗସ୍ତରେ ଜର୍ମାନ ଫ୍ରାନ୍ସ ଓ ଡେନମାର୍କ ଯାତ୍ରା କରିବେ । ଏହି ଗସ୍ତ ସମୟରେ ମୋଦୀ ୟୁକ୍ରେନ ସହ ଯୁଦ୍ଧ ନକରି ଆଲୋଚନା ମାଧ୍ୟମରେ ସମାଧାନ କରିବା ପାଇଁ ପ୍ରସ୍ତାବ ଦେବେ । ଏହା ସହିତ ୟୁରୋପୀୟ ଦେଶ ଗୁଡିକ ସମ୍ମୁଖରେ ଭାରତର ଆଭିମୁଖ୍ୟ ସ୍ପଷ୍ଟ କରିବେ ବୋଲି ବୈଦେଶିକ ସଚିବ ବିନୟ କ୍ୱାତ୍ରା ସୂଚନା ଦେଇଛନ୍ତି । ଗତ ବର୍ଷ ଭାରତ ଜର୍ମାନୀ କୂଟନୈତିକ ସମ୍ପର୍କକୁ ୭୦ ବର୍ଷ ପୂରଣ ହୋଇଛି । ଏହି ଅବସରରେ ମୋଦୀ ଆଞ୍ଚଳିକ ଓ ବିଶ୍ୱସ୍ତରୀୟ ବିକାଶ ସମ୍ପର୍କରେ ଜର୍ମାନ ଚାନ୍ସେଲରଙ୍କ ସହ ଆଲୋଚନା କରିବେ