ବଲାଙ୍ଗୀର: ଲଗାଣ ବର୍ଷା ପ୍ରଭାବରେ ବଲାଙ୍ଗୀର ସହରର ବିଭିନ୍ନ ୱାର୍ଡରେ ପାଣି ଜମି ରହିଥିଲା । ଡ୍ରେନ୍ରର ସମସ୍ୟା ପୂର୍ବରୁ ଥିବା ଜଣାପଡିଛି । ଲୋକଙ୍କୁ ଘରୁ ବାହାରିବା କଷ୍ଟକର ହୋଇପଡ଼ିଥିଲା । ସ୍ଥାନୀୟ ଲୋକମାନେ ଅସୁବିଧା କୁ ସମୁଖିନ ହେଉଥିଲେ । ବର୍ଷା ଘଡଘଡି ରାତିରେ ଲୋକମାନଙ୍କ ସହାୟତା ପାଇଁ ରାତି ଅଧରେ ସମସ୍ୟାର ସମାଧାନ ପାଇଁ ହାତ ବଢ଼ାଇଲେ ବଲାଙ୍ଗୀର ପୌରାଧ୍ୟକ୍ଷା ଲିକା ସାହୁ । ବର୍ଷା ରାତିରେ ସାହିକୁ ସାହି ବୁଲି ଦେଖି , ଲୋକଙ୍କ ଘରକୁ କେମିତି ପାଣି ପଶିବନି ଓ କିଭଳି ପାଣି ନିଷ୍କାସନ ହେବ , ସମସ୍ତ ସମସ୍ୟାର ସମାଧାନ କିଭଳି ହେବ ସେ ଦିଗରେ କର୍ଯ୍ୟ କରିଥିଲେ । ଅଗ୍ନିଶମ ବିଭାଗ ସହାୟତା ନିଆଯାଇଥିଲା , ଡ୍ରେନ୍ ଓ ପାଣି ସଫା କରାଯାଇଥିଲା ।