ହୀରାକୁଦରୁ ଛଡ଼ାଯିବ ପ୍ରଥମ ବନ୍ୟାଜଳ

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାର ଉପର ମୁଣ୍ଡରେ ବର୍ଷା ଯୋଗୁଁ କ୍ରମାଗତ ଭାବେ ଜଳସ୍ତର ବୃଦ୍ଧି ପାଉଛି । ଏହାଦ୍ୱାରା ହୀରାକୁଦ ବନ୍ଧ ତଳ ମୂଣ୍ଡରେ ବସ ବାସ କରୁଥିବା ସମସ୍ତ ଜନସାଧାରଣଙ୍କ ନିମନ୍ତେ ଜୁଲାଇ ୨୩ରେ ଖୋଲିବ ହୀରାକୁଦ ଗେଟ୍ । ସକାଳ ୯ଟାରେ ପୂଜାର୍ଚ୍ଚନା ପରେ ନିଷ୍କାସିତ ହେବ ବନ୍ୟାଜଳ ।ଏନେଇ ସର୍ତକତା ଜାରି କଲେ ହୀରାକୁଦ ଡ୍ୟାମ କର୍ତ୍ତୃପକ୍ଷ । ତେଣୁ ନଦୀ ମଧ୍ୟକୁ ପ୍ରବେଶ ଓ ଅନ୍ୟାନ୍ୟ ବ୍ୟବହାର ପାଇଁ ଜନସାରଣ ସତର୍କତା ଅବଲମ୍ବନ କରିବା ଆବଶ୍ୟକ । କୌଣସି ଦୁର୍ଘଟଣା ପାଇଁ ହୀରାକୁଦ ନଦୀବନ୍ଧ କତ୍ତୃପକ୍ଷ ଦାୟୀ ରହିବେ ନାହିଁ ବୋଲି କହିଛନ୍ତି ।