ମୃତ୍ୟୁର ୬ ମାସ ପରେ ବିବାହ କଲେ ପ୍ରେମୀ ଯୁଗଳ

ଗୁଜୁରାଟ : ଗୁଜୁରାଟରେ ପ୍ରେମର ଏକ ଅଦ୍ଭୁତ କାହାଣୀ ସାମ୍ନାକୁ ଆସିଛି | ଯେଉଁଠି ପ୍ରେମର ଦୁଇ ପକ୍ଷୀଙ୍କୁ ଅଲଗା କରିଦେବାକୁ ବାଧ୍ୟ କରିଥିଲେ ପରିବାର ଲୋକେ | ଶେଷରେ ଦୁଇ ପ୍ରେମୀ ଯୁଗଳ ଆତ୍ମହତ୍ୟାର ବାଟ ବାଛି ନେଇଥିଲେ | ଘଟଣାଟି କିଛି ଏପରି ଥିଲା | ଗୁଜରାଟର ଟପିରେ ଉଭୟ ପ୍ରେମୀଯୁଗଳ ଗଣେଶ ଓ ରଂଜନା ରୁହନ୍ତି | ଏମିତି ଦେଖା ସାକ୍ଷାତ ଭିତରେ ଦୁହିଁଙ୍କ ଭିତରେ ପ୍ରେମ ହୋଇଯାଇଥାଏ | ଏମିତିକି ବିବାହ କରିବାକୁ ନିଷ୍ପତ୍ତି ମଧ୍ୟ ନିଅନ୍ତି। କିନ୍ତୁ ସବୁ କିଛି ବିଗିଡ଼ି ଯାଏ, ଯେତେବେଳେ ପ୍ରେମିକାର ଜେଜେ ଏହି ବିବାହରେ ଅସହମତ ହୁଅନ୍ତି। କାରଣ ସେମାନେ ଦୂର ସମ୍ପର୍କୀୟ। ଗଣେଶ ଓ ରଂଜନା ବିବାହ ପାଇଁ ଯେତେ ବୁଝାଇଲେ ବି କେହି ବିଭା ପାଇଁ ମାନିଲେ ନାହିଁ। ଶେଷରେ ନିଜ ପ୍ରେମକୁ ପ୍ରମାଣ କରିବା ପାଇଁ ଦୁହେଁ ବେକରେ ଦୌଡ଼ି ଲଗାଇ ଆତ୍ମହତ୍ୟା କରିଦେଇ ଥିଲେ |

ଦୁଇଟି ମନ ମିଶିଯିବା ପରେ ଅଲଗା ହେବା ସହଜ କଥା ନୁହେଁ ବୋଲି ସେମାନେ ପ୍ରମାଣ କରାଇଦେଲେ । ଏ ଘଟଣା ଜଣାପଡ଼ିବା ପରେ ଉଭୟ ପରିବାର ଅନୁତାପ କରିବାକୁ ଲାଗିଲେ | ସାମାନ୍ୟ ଜିଦ୍ ଯୋଗୁ ଦୁଇ ଜଣଙ୍କ ଜୀବନ ଅକାଳରେ ଚାଲିଗଲା ଭାବି ନିରାଶ ହୋଇଗଲେ | ୟା ଭିତରେ ବିତିଗଲା ୬ ମାସ | କିନ୍ତୁ ଉଭୟ ପରିବାରର ମନ ବୁଝୁନଥାଏ। କ’ଣ କଲେ ପ୍ରେମୀଯୁଗଳଙ୍କ ଆତ୍ମା ଶାନ୍ତି ପାଇବ ଭାବି ଦୁହିଁଙ୍କ ପ୍ରତି ମୂର୍ତି କରି ବିବାହ କରାଇଲେ ପରିବାର ଲୋକେ | ସତରେ ମର୍ତ୍ତ୍ୟରେ ନହେଲେ ବି ସ୍ୱର୍ଗରେ ଏମାନେ ଏକାଠି ରହିବେ ଭାବି ସେମାନଙ୍କ ପ୍ରତିମୁର୍ତି କରି ବିଭା କରାଇଲେ ପରିବାର ଲୋକେ | ପରିବାରମାନେ କହିଥିଲେ ଯେ ସେମାନେ ସେମାନଙ୍କର ଇଚ୍ଛା ପୂରଣ କରିବା ପାଇଁ ଏହା କରିଛନ୍ତି ଏବଂ ସେମାନଙ୍କର ଆତ୍ମା ​​ଶାନ୍ତିରେ ବିଶ୍ରାମ ନେଇ ପାରିବେ |