ନୂଆଦିଲ୍ଲୀ : ଦ୍ୱିତୀୟ ଲହରରେ ଅକ୍ସିଜେନ ଅଭାବରେ ମୃତ୍ୟ ସାରା ଦେଶରେ ଏକ ଭୟାଭହ ପରିସ୍ଥିତି ସୃଷ୍ଟି କରିଥିଲା । ୨୦୨୧ର ଏପ୍ରିଲ ଓ ମେ ମାସରେ କେବଳ ୫୧୨ ଜଣ ଅକ୍ସିଜେନରେ ମୃତ୍ୟ ହୋଇଥିବାର ଖବର ମୁଖ୍ୟ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । କିନ୍ତୁ ମୋଦୀ ସରକାରଙ୍କ ଛବିର ଲୋକପ୍ରିୟତାର କ୍ଷୁର୍ଣ୍ଣ ନକରିବାକୁ ଅକ୍ସିଜେନ ମୃତ୍ୟକୁ ଏକ କଳ୍ପନା ବୋଲି ଧରିନେଇଥିଲେ । ଏହା ସହିତ ଗତମାସରେ ଅକ୍ସିଜେନ ମୃତ୍ୟ ହୋଇନଥିବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ରାଜ୍ୟସଭାରେ ସୂଚନା ଦେଇଥିଲେ ।
ପ୍ରଥମ ଥର ପାଇଁ କେନ୍ଦ୍ର ସରକାର ମାନିଛନ୍ତି ଯେ ଆନ୍ଧ୍ରପ୍ରଦେଶରେ ଅକ୍ସିଜେନ ଅଭାବରୁ ଅନେକ କୋଭିଡ ରୋଗୀଙ୍କର ମୃତ୍ୟ ହୋଇଅଛି । କୋଭିଡ ସଂକ୍ରମିତ ରୋଗୀ ଅକ୍ସିଜେନ ଅଭାବରୁ ମୃତ୍ୟ ହୋଇଥିବା ନେଇ ତେଲୁଗୁ ଦେଶମ ପାର୍ଟିର ସାଂସଦ କେ ରବିନ୍ଦ୍ରକୁମାରଙ୍କର ପ୍ରଶ୍ନରେ ଜବାବ ରଖି କେନ୍ଦ୍ରସ୍ୱାସ୍ଥ୍ୟ ମନ୍ତ୍ରୀ ଡ ଭାରତୀ ପ୍ରବୀନ ପାଓ୍ବାର ସତ ମାନିଥିଲେ । ୨୦୨୧ ମେ ୧୦ରେ ଆନ୍ଧ୍ରପ୍ରଦେଶର ଚିତ୍ତୁର ଜିଲ୍ଲାର ଭେଙ୍କେଟଶ୍ୱର ରାମନାରାୟଣ ହସ୍ପିଟାଲରେ ଅକ୍ସିଜେନ ଅଭାବରୁ ୨୩ ଜଣଙ୍କର ମୃତ୍ୟ ହୋଇ ଯାଇଥିଲା ।