କଳାହାଣ୍ଡି/ଗୋଲାପ ସାହୁ: ସରକାରୀ କାର୍ୟ୍ୟାଳୟରେ ହିସାବ ନିକାସ ପାଇଁ ଜଣେ ଜଣକୁ ନିୟୋଜିତ କରାଯାଉଥିବା ବେଳେ ଜଣେ ଜଣେ ଅଧିକାରୀଙ୍କୁ ଦାଇତ୍ୱ ମଧ୍ୟ ଦିଆଯାଇଛି। କିନ୍ତୁ କଳାହାଣ୍ଡି ଜିଲ୍ଲା ଜୟପାଟଣା ଉପର ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପ ଜଳ ସେଚନ ବାମ କେନାଲ ଡିଭିଜନ କୁସୁମଖୁଣ୍ଟି କାର୍ୟ୍ୟାଳୟକୁ ହିସାବ ରକ୍ଷକ ଅସୁନଥିବା ଅଭିଯୋଗ ହୋଇଛି ।
ଧର୍ମଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗରେ କାର୍ୟ୍ୟରତ ହିସାବ ରକ୍ଷକ କୁସୁମଖୁଣ୍ଟି ବାମ କେନାଲ ଡିଭିଜନରେ ମଧ୍ୟ ଦାଇତ୍ୱରେ ଅଛନ୍ତି। କିନ୍ତୁ କୁସୁମଖୁଣ୍ଟିଙ୍କୁ ତାଙ୍କ ପାଦ ପଡୁନାହିଁ। ଯାହା ଫଳରେ ପାଣି ପଞ୍ଚାୟତ ଠାରୁ ଆରମ୍ଭ କରି ବହୁ ଲୋକେ ଧର୍ମଗଡ଼କୁ ଧାଇଧାଇ ନାହିଁଥିବା ଅସୁବିଧାର ସମୁଖୀନ ହେଉଛନ୍ତି। ଏ ଦିଗରେ ମୁଖୀଗୁଡା ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଦୃଷ୍ଟି ଆକର୍ଷଣ କରିବାକୁ ଦାବି ହେଉଛି ।