ଗଣିଆ ପଞ୍ଚାୟତ ସମିତିର ଅଷ୍ଟମ ସାଧାରଣ ଅଧିବେଶନ ଅନୁଷ୍ଠିତ

ଗଣିଆ ପଞ୍ଚାୟତ ସମିତିର ଅଷ୍ଟମ ସାଧାରଣ ଅଧିବେଶନ ସଦଭାବନା କକ୍ଷରେ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଥିଲା । ପଞ୍ଚାୟତ ସମିତି ଅଧ୍ୟକ୍ଷା ଝୁନା ଜେନା ଙ୍କ ଅଧ୍ୟକ୍ଷତାରେ ଅଧିବେଶନ ଆରମ୍ଭକରାଯାଇଥିବା ବେଳେ ଭାରପ୍ରାପ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ ସୁଶ୍ରୀ ପ୍ରିତିବାଳା ରଣା, କନ୍ଧମାଳ ସାଂସଦ ପ୍ରତିନିଧି ଶରତ କୁମାର କର, ଉପାଧ୍ୟକ୍ଷ ରାଜ କିଶୋର ସାହୁ, ଜିଲ୍ଲା ପରିଷଦ ସଦସ୍ୟ ନରେଶ ବେହେରା, ଏବିଡିଓ ରତନଲାଲ ଲୋହରା, ଆଠଗୋଟି ପଞ୍ଚାୟତ ର ସରପଞ୍ଚ, ସମିତି ସଭ୍ୟ/ସଭ୍ୟା ଉପସ୍ଥିତ ରହି ଥିଲେ । ଏଥି ସହିତ ସ୍ଵାସ୍ଥ୍ୟ,ଶିକ୍ଷା, ବିଦ୍ୟୁତ୍, ଗ୍ରାମ୍ୟ ଉନ୍ନୟନ, ଗ୍ରାମ୍ୟ ଉନ୍ନୟନ, ପୂର୍ତ୍ତ, ପାନୀୟ ଜଳ ଯୋଗାଣ ବିଭାଗ ର କର୍ମକର୍ତ୍ତା ମାନେ ଉପସ୍ଥିତ ରହି ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ । ଆର୍ଥିକ ବର୍ଷ ୨୦୨୨-୨୩ ଠାରୁ ୨୦୨୫-୨୬ ପର୍ଯ୍ୟନ୍ତ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ ୱାର୍କ କଣ୍ଟିଜେନ୍ସି ର ହିସାବ ମାଗିଥିଲେ । କେଉଁ ସମିତି ବୈଠକ ରେ ଏହା ସ୍ଥାନ ପାଇଛି ଏବଂ କିଭଳି ଏତେ ଟଙ୍କା ଖର୍ଚ୍ଚ କରାଯାଇ ଆଛି ବୋଲି ପ୍ରଶ୍ନ ଉଠାଇଥିଲେ । ଉକ୍ତ ହିସାବ ସଠିକ୍ ଭାବେ କୋଷାଧ୍ୟକ୍ଷ ଦେଇପାରିନଥିବା ଯୋଗୁଁ ଏହାର ଅନୁମୋଦନ ନକରିବା ସହ ତାଙ୍କ ଠାରୁ ବ୍ୟୟ ହୋଇଥିବା ଟଙ୍କା ଆଦାୟ କରିବା ପାଇଁ ଅଧକ୍ଷ,ଉପାଧ୍ୟକ୍ଷ ଓ ସରପଞ୍ଚ  ଦାବୀ ଜଣାଇଥିଲେ । ଦୃଢତାର ସହ ବିରୋଧ କରିବା ପରେ  ଖର୍ଚ୍ଚ ର ଅନୁମୋଦନ  କରାଯାଇନଥିଲା । ମହିଳା ଓ କିଶୋରୀ ମନଙ୍କ ପାଇଁ ଏକ ସ୍ଵାସ୍ଥ୍ୟ ମେଳା ସହିତ ୨୧ ତାରିଖ ଦିନ ବିଭିନ୍ନ ବିଭାଗ ର ଅଭିଜ୍ଞ ଡାକ୍ତର ଙ୍କ ଦ୍ଵାରା ପରୀକ୍ଷା କରାଯିବା ସହିତ ଦୁର୍ଗମ ଅଞ୍ଚଳ ରେ ମ୍ୟାଲେରିଆ ନିରାକରଣ ଉପରେ ଗୋଷ୍ଠି ସ୍ଵାସ୍ଥ୍ୟ ଅଧିକାରୀ ମଧୁସୁଦନ ଦାସ ଜଣାଇଥିଲେ । ଗଣିଆ ବାଇପାସ୍ ରାସ୍ତା ର ଅବହେଳା ଯୋଗୁଁ ଗଣିଆ ସରପଞ୍ଚ ଅଭିଯୋଗ କରିଥିଲେ । କୃଷକ ମାନେ ୟୁରିଆ ଓ ଡି ଏ ପି ସାର ଠିକ୍ ଭବେ ପାଇ ପାରୁନଥିବା ଯୋଗୁଁ ଗଣିଆ ସରପଞ୍ଚ କ୍ଷୋଭ ପ୍ରକାଶ କରିଥିଲେ ଏବଂ ସାର ଠିକ୍ ସମୟରେ ଚାଷୀ ଙ୍କୁ କ୍ୟାମ୍ପ କରି ବିକ୍ରୟ କରିବା ନିମନ୍ତେ ପ୍ରସ୍ତାବ ଆଗତ କରିଥିଲେ । ଗଣିଆ ସ୍ଵାସ୍ଥ୍ୟ କେନ୍ଦ୍ର ଶିଶୁ ଭବନ କାର୍ଯ୍ୟ ତୁରନ୍ତ ସାରିବା ନିମନ୍ତେ ପୂର୍ତ୍ତ ବିଭାଗ ଯନ୍ତ୍ରୀ ଙ୍କୁ ଅଭିଯୋଗ କରିଥିଲେ । ଉଦ୍ୟାନ ବିଭାଗ ର ଅଧିକାରୀ ଅନୁପସ୍ଥିତ ଥିବା ଯୋଗୁଁ ବୈଠକ ରେ କ୍ଷୋଭ ପ୍ରକାଶ କରିଥିଲେ । ଆଦିବାସୀ ବହୁଳ ବଡଶିଲିଙ୍ଗା ପଞ୍ଚାୟତ ର ଜନସାଧାରଣ ବର୍ଷା ଦିନେ ରାସନ୍ ଚାଉଳ ନେବାରେ ବହୁ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ବୋଲି ସରପଞ୍ଚ ସସ୍ମିତା ସାହୁ ଅଭିଯୋଗ କରିଥିଲେ ଏବଂ ବସାଗଣ୍ଡ ଠାରେ ସେମାନଙ୍କ ପାଇଁ ସ୍ଥିରୀକୃତ ହୋଇଥିବା ବିଶ୍ରାମ ଗୃହ ନିର୍ମାଣ କରାଯିବା ପାଇଁ ଦାବୀ ଜଣାଇଥିଲେ ।