ବ୍ୟୁରୋ : ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ ଓ ରାଜ୍ୟପାଳ ବନଓ୍ବରୀ ପୁରୋହିତଙ୍କୁ ମିଳିଛି ହତ୍ୟା ଧମକ । ଏକ ଧମକ ପୂର୍ଣ୍ଣ ଚିଠି କପୁରଥଲା ଷ୍ଟେସନର ଡିଆରଏମଙ୍କୁ ମିଳିଛି । ଏଥିରେ ପଞ୍ଜାବର ବିଭିନ୍ନ ଷ୍ଟେସର ନାମ ମଧ୍ୟ ଉଲ୍ଲେଖ ରହିଛି ଯାହାକୁ ଆତଙ୍କବାଦୀ ମାନେ ଟାର୍ଗେଟ କରିଛନ୍ତି । ଏଭଳି ଚିଠି ପାଇବା ପରେ ପଞ୍ଜାବ ପୋଲିସ ଚିଇଁକି ଉଠିଛି । ପୋଲିସ ଏହି ଘଟଣାକୁ ଗୁରୁତ୍ତର ସହ ନେଇ ତଦନ୍ତ ଆରମ୍ଭ କରିଛି । ଏହା ସହ ବିଭିନ୍ନ ଗୁରୁତ୍ୱ ପୂର୍ଣ୍ଣ ସ୍ଥାନକୁ ହାଇର୍ଆଲଟରେ ରଖାଯାଇଛି ।

ସୂଚନାନୁଯାୟୀ ମିଳିଥିବା ଚିଠିରେ ସୁଲତାନପୁର ଲୋଧୀ, ଅମୃତସର, ତେନତାରନ, ଫିରୋଜପୁର ପରି କେତେକ ସ୍ଥାନକୁ ଆତଙ୍କବାଦୀ ମାନେ ବିସ୍ପୋରଣ କରିବାର ଧମକ ଦେଇଛନ୍ତି । ଏହି ଚିଠିରେ କୋଣସି ତାରିଖ ଉଲ୍ଲେଖ ନାହିଁ । ଚିଠିଟି ଆତଙ୍କବାଦୀ ସଂଗଠନ ଜୈସ ଇ ମହମମହ ପକ୍ଷରୁ କରାଯାଇଛି । ଚିଠିଟି ମିଳିବା ପରେ ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡାକଡି କରାଯାଇଛି ।