ମୃତଦେହକୁ କାନ୍ଧରେ ବୋହି ଆଣିବା ସହ ଜେଏସଡବ୍ଲୁ ଫାଟକ ନିକଟରେ ଉତ୍ତେଜନା

କମ୍ପାନୀ ରେ କାର୍ଯ୍ୟ କରୁଥିବା ବେଳେ ଉପରୁ ଖସିପଡି ଶ୍ରମିକ ମୃତ୍ୟୁ କୁ ନେଇ ଉତ୍ତେଜନା, ଦୀର୍ଘ ପନ୍ଦର ଦିନ ମେଡିକାଲ ରେ ଜୀବନ ମୃତ୍ୟୁ ସହିତ ସଂଗ୍ରାମ କରିଥିବା ବେଳେ କମ୍ପାନୀ ବଢ଼ାଇଲାନି ସହାୟତାର ହାତ। ମୃତ ଶ୍ରମିକର ମୃତଦେହ କୁ ଆମ୍ବୁଲାନ୍ସ ରେ ଆଣୁଥିବା ବେଳେ ପୋଲିସ ଅଟକ ରଖିବା ଏବଂ ମୃତଦେହ କୁ କାନ୍ଧରେ ବୋହି ଜେଏସଡବ୍ଲୁ ଫାଟକ ନିକଟକୁ ଆଣିବା ପରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ବାଲିତୁଠ ପଞ୍ଚାୟତ ର ବଡ଼ଗବପୁର ଗ୍ରାମର ପବିତ୍ର କୁମାର ବେହେରା ଜେଏସଡବ୍ଲୁ କମ୍ପାନୀ ରେ ଏକ ଠିକା ସଂସ୍ଥାରେ କାର୍ଯ୍ୟ କରୁଥିଲେ ।

ପରିବାର ଲୋକ ପ୍ରଥମେ କଟକ ମେଡିକାଲ ଓ ପରେ ସମ ହସ୍ପିଟାଲ ନେଇଥିଲେ ମଧ୍ୟ ପନ୍ଦର ଦିନ ଜୀବନ ମୃତ୍ୟୁ ସହିତ ଲଢେଇ କରି ଜୀବନ ଯୁଦ୍ଧ ରେ ହାରି ଯାଇଥିଲେ ପବିତ୍ର । ଯାହାକୁ ନେଇ ପୋଷ୍ଟମାର୍ଟମ ପରେ ପବିତ୍ର ଙ୍କୁ ଗ୍ରାମବାସୀ ଓ ପରିବାର ଲୋକ କ୍ଷତିପୂରଣ ଦାବି କରି ଜେଏସଡବ୍ଲୁ ଫାଟକ ନିକଟକୁ ଆଣୁଥିବା ବେଳେ ଅଧାବାଟରେ ପୋଲିସ ଅଟକାଇବା ଘଟଣା କୁ ନେଇ ଉତ୍ତେଜନା ବଢିଥିଲା ।  ଗ୍ରାମବାସୀ ଏହି ଖବର ପାଇବା ପରେ ପବିତ୍ର ଙ୍କ ମୃତଦେହ କୁ କାନ୍ଧ ରେ ବୋହି ଆଣିବା ସହିତ ଜେଏସଡବ୍ଲୁ ଫାଟକ ନିକଟରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା । ପବିତ୍ର ଙ୍କର ଗୋଟିଏ ୬ ବର୍ଷ ର ପୁଅ ଓ ଆଉ ଗୋଟିଏ ଦୁଇବର୍ଷ ର ପୁଅ ଯିଏକି  ଦୁରାରୋଗ୍ୟ ରେ ପୀଡିତ, ତାଙ୍କ ପରିବାର କୁ ନ୍ୟାୟ ଦାବିରେ ଜେଏସଡବ୍ଲୁ ଫାଟକ ସମ୍ମୁଖରେ ମୃତଦେହ ରଖି ଧାରଣାରେ ବସିଛନ୍ତି ଗ୍ରାମବାସୀ ।