ଭୂବନେଶ୍ୱର : ରାଜ୍ୟ ରାଜଧାନୀରେ ଚାଲିଛି ତାମିଲ ଲୁଟେରାଙ୍କ ଉତପାତ । କେବଳ ରାଜ୍ୟର ଅପରାଧୀ ନୁହନ୍ତି ବାହାର ଅପରାଧୀଙ୍କର ମଧ୍ୟ ମୁଖ୍ୟ ଠିକଣା ସ୍ଥଳ ପାଲଟିଛି ଭୂବନେଶ୍ୱର । ବାରମ୍ବାର ଏପରି ଚୋର ଧରା ପଡିବା ରାଜଦାନୀ ବାସୀଙ୍କ ମନରେ ଆତଙ୍କ ଖେଳାଇ ଦେଇଛି । ଆଜି ପୁଣି ଏପରି ଏକ ଦଳ ଲାଗିଛି କମିଶନରେଟ ପୋଲିସ ହାତରେ । ଏହି ଚୋର ଦଳ ଜରି ଗୋଟାଳି ବେଶରେ ଆସି ଚୋରି କରୁଥିଲେ । ଏମାନଙ୍କର ମୁଖ୍ୟ ଟାର୍ଗେଟ ଥିଲା ମେସ ଓ ବ୍ୟାଚଲର ମାନଙ୍କ ରୁମ । ଭିନ୍ନକ୍ଷମର ଅଭିନୟ କରି କରୁଥିଲେ ଚୋରି । ଗତ ୨୦ ତାରିଖରେ କଳିଙ୍ଗ ନଗର ଅଞ୍ଚଳରେ ଜଣଙ୍କ ଘରୁ ଗୋଟିଏ ଦାମି କ୍ୟାମେରା ଓ ମୋବାଇଲ ଫୋନ ଚୋରି କରିବା ପାରେ ସେ ସମ୍ପର୍କରେ ପୋଲିସ ନିକଟରେ ଅଭିଯୋଗ କରାଯାଇଥିଲା । ସ୍ପେଶାଲ ସ୍କାର୍ଡ ସହରର ମୁଖ୍ୟ ସିସିଟିଭି ଜାଞ୍ଚ ସମୟରେ ଏହି ଚୋର ଦଳକୁ ଚିହ୍ନଟ କରାଯାଇଥିଲା । ଆଜି ସହିଦ ନଗର ଠାରେ ସେମାନେ ଚୋରି ଉଦ୍ୟମ କରୁଥିବା ସମୟରେ ପୋଲିସ ସେମାନଙ୍କୁ କାବୁ କରିବା ସହ ଗିରଫ କରିଥିଲା । ତାଙ୍କ ଠାରୁ ୨୨ଟ ମୋବାଇଲ ଫୋନ, ଗୋଟିଏ ଲ୍ୟାପଟପ ଓ ଗୋଟିଏ କ୍ୟାମେରା ଜବତ ହୋଇଛି । ଏବଂ ତାଙ୍କ ଠାରୁ ନକଲି ଭିନ୍ନକ୍ଷମ ସାର୍ଟିଫିକେଟ ଜବତ କରାଯାଇଛି ।